ଦେଶ ବିଦେଶବାଣିଜ୍ୟ

୧୫ଦିନରେ ପୁଣି ଗ୍ୟାସ ଦର ବୃଦ୍ଧି

ସିଲିଣ୍ଡର ପ୍ରତି ବଢ଼ିଲା ୫୦ଟଙ୍କା

ସାଧାରଣ ଜନତାଙ୍କୁ ବର୍ତମାନ ସରକାରଙ୍କ ପକ୍ଷରୁ ମିଳିଛି ବଡ ଝଟକା l ଆଉ ଥରେ ସରକାର ବୃଦ୍ଧି କଲେ LPG ସିଲିଣ୍ଡର ଦର ବୃଦ୍ଧି ,ପ୍ରତେକଟି ଗ୍ୟାସ ଉପରେ ବୃଦ୍ଧି ପାଇଛି ୫୦ ଟଙ୍କା l ଏହି ବର୍ଦ୍ଧିତ ଦରକୁ ନେଇ ଦିଲ୍ଲୀରେ ବିନା ସବ୍ସିଡି ର ୧୪ .୨ କେଜି ର ଗ୍ୟାସ ର ଦର ବୃଦ୍ଧି ଓଇ ୬୯୪ ଟଙ୍କା ହୋଇଛି l ଗ୍ୟାସ ସିଲିଣ୍ଡର ରେ ଏହା ୧୫ ଦିନ ମଧ୍ୟରେ ଦ୍ଵିତୀୟ ଥର ବୃଦ୍ଧି ହୋଇଛି l ୧୯ କିଲୋଗ୍ରାମର କାମର୍ସିୟାଲ ସିଲିଣ୍ଡର ପାଇଁ ୩୬ ଟଙ୍କା ବୃଦ୍ଧି ହୋଇଛି lଡିସେମ୍ବର ୩ ତାରିଖରେ LPG ସିଲିଣ୍ଡର ମୂଲ୍ୟ ୫୦ ଟଙ୍କା ବୃଦ୍ଧି ହୋଇଥିଲା l

ଆଉଥରେ ଆଜି ଗ୍ୟାସ ମୂଲ୍ୟ ବୃଦ୍ଧି ହେଲା l ଦେଖିବାକୁ ଗଲେ ଗୋଟିଏ ମାସ ମଧ୍ୟରେ ୧୦୦ ଟଙ୍କା ବୃଦ୍ଧି ପାଇଲା l ଇଣ୍ଡିଆନ ଅଏଲ ୱେବସାଇଟ ତଥ୍ୟ ଅନୁସାରେ ଦିଲ୍ଲୀରେ ପୂର୍ବରୁ ୧୪ କେଜି ସିଲିଣ୍ଡର ର ମୂଲ୍ୟ ୬୪୪ ବର୍ତମାନ ଏହାର ମୂଲ୍ୟ ୬୯୪ ରେ ପହଁଚିଲା l କଲିକତାରେ ଥିଲା ୭୨୦ ହେଲା ,ମୁମ୍ବାଇ ରେ ୬୯୪ ଓ ଚେନାଇ ରେ ୭୧୦ ହେଲା l୧୯ କେଜି ସିଲିଣ୍ଡର ର ମଧ୍ୟ ଦର ବୃଦ୍ଧି ହୋଇଛି l ଦିଲ୍ଲୀରେ ୧୩୩୨ ଟଙ୍କା ,କଲିକତାରେ ୧୩୮୭ .୫ ହୋଇଛି ,ମୁମ୍ବାଇ ରେ ୧୨୮୦ ,ଚେନାଇ ରେ ୧୪୪୬ .୫ ଟଙ୍କା ହୋଇଛି l

Show More

Related Articles

Back to top button