ସ୍ୱାସ୍ଥ୍ୟ

ମୋଟାପଣକୁ ନିୟନ୍ତ୍ରଣରେ ରଖିବା ପାଇଁ ଶୀତଦିନେ ପିଅନ୍ତୁ ସବୁଜ ପାରିବ ଜୁସ

ମୋଟାପଣକୁ ନେଇ ଆଜି କାଲି ସମସ୍ତେ ଚିନ୍ତିତ । ଖାଇବାରେ ଠିକଣା ନ ରହିବା ଏବଂ ଭୁଲ ସମୟରେ ଭୁଲ ଖାଦ୍ୟ ଖାଉଥିବା ହେତୁ ଏବେ ଲୋକମାନଙ୍କ ଓଜନ ବଢ଼ିବାରେ ଲାଗିଛି । ଏହା ଏକ ଗମ୍ଭୀର ସମସ୍ୟା ପାଲଟିଛି

ମୋଟାପଣ ଏକ ବଡ଼ ସମସ୍ୟା ହୋଇଥିବା ବେଳେ ମୋଟାପଣ ପାଇଁ ମଧ୍ୟ ଅନେକ ଶାରୀରିକ ସମସ୍ୟା ଦେଖା ଦେଉଛି । ଶୀତ ଦିନେ ଅଧିକ ଥଣ୍ଡା ହେଉଥିବା ବେଳେ ଲୋକମାନେ ସକାଳ ସମୟରେ ଉଠି ନ ପାରିବା ସହ ବ୍ୟାୟାମ କରି ପାରନ୍ତି ନାହିଁ । ଯାହାଦ୍ୱାରା ଓଜନ ବଢ଼ିବାର ସମସ୍ୟା ଦେଖା ଯାଇଥାଏ । ତେବେ ଶୀତ ଦିନେ ଆପଣ ଓଜନ କମାଇବା ପାଇଁ ଏହି ସବୁ ସବୁଜ ପରିବାର ଜୁସ୍‌ ତିଆରି କରି ପିଇ ପାରିବେ । ଆସନ୍ତୁ ଜାଣିବା ସେ ବିଷୟରେ..।

୧.ଓଜନ କମ୍‌ କରିବା ପାଇଁ କାକୁଡ଼ିର ରସ ସବୁଠାରୁ ଲାଭଦାୟକ । ଏହାର ସେବନ କରିବା ଦ୍ୱାରା ବାରମ୍ବାର ପରିଶ୍ରା ଲାଗିଥାଏ, ଯାହାଦ୍ୱାରା ଶରୀରରୁ ସବୁଠାରୁ ବିଷାକ୍ତ ପଦାର୍ଥ ବାହାରି ଯାଇଥାଏ । କାକୁଡ଼ିର ରସ ଶରୀରର ଫ୍ୟାଟ୍‌ କମ କରିବା ସହ ଖାଦ୍ୟ ଠିକ୍‌ ଭାବରେ ହଜମ ହୋଇଥାଏ

୨.ଧନିଆ ଜୁସ୍‌ରେ କମ୍‌ କ୍ୟାଲୋରି ରହିଥାଏ, ଯାହାର ସେବନ କରିବା ଦ୍ୱାରା ଭୋକ କମ୍‌ ଲାଗିବା ସହ ଓଜନ ତୁରନ୍ତ କମ୍‌ ହୋଇଥାଏ ।
୩.ଶୀତ ଦିନେ ଗାଜର ଖାଇବା ଏବଂ ଏହାର ରସ ପିଇବା ଶରୀର ପାଇଁ ଲାଭଦାୟକ ହୋଇଥାଏ । ଏଥିରେ ଭରପୂର ମାତ୍ରାରେ ଫାଇବର ରହିଥାଏ, ଯାହା ଓଜନକୁ କମ କରିଥାଏ ।

୪.ପତ୍ର କୋବିର ଜୁସ୍‌ ପିଇବା ଦ୍ୱାରା ଶରୀରକୁ ଶକ୍ତି ମିଳିବା ସହ ଭୋକ କମ୍‌ ଲାଗିଥାଏ । ଏଥିରେ ଥିବା ଭିଟାମିନ୍‌ ସି ଏବଂ ଆଣ୍ଟି-ଅକ୍ସିଡ଼ାଣ୍ଟ ମେଟାବଲିଜିମ୍‌କୁ ସୁସ୍ଥ ରଖିବା ସହ ଓଜନ କମ କରିଥାଏ ।

Show More

Related Articles

Back to top button