ସ୍ୱାସ୍ଥ୍ୟ

ଗ୍ରୀଷ୍ମଋତୁରେ ନିଜକୁ ସତେଜ ଓ ସୁସ୍ଥ ରଖିବା ପାଇଁ ଏହି ୬ଟି ଉପାୟ ଅବଲମ୍ବନ କରନ୍ତୁ

ଗ୍ରୀଷ୍ମ ଋତୁ ଆରମ୍ଭ ହେଲାଣି ,ବର୍ତମାନ ଆମକୁ ନିଜର ଖାଦ୍ୟଶୈଳୀ କିଛିଟା ପରିବର୍ତ୍ତନ କରିବାକୁ ପଡିବ l ଗରମ ଦିନରେ ଖାଦ୍ୟପେୟର ଶରୀର ଉପରେ ଖୁବ ପ୍ରଭାବ ପଡିଥାଏ ଓ କିଛିଟା ଅବହେଳା ଆପଣଙ୍କୁ ଅସୁସ୍ଥ କରିପାରେ l ଏହି ଋତୁରେ ପ୍ରାୟ ଅଧିକାଂଶ ଲୋକଙ୍କୁ ଡିହାଇଡ୍ରେସନ ହେବାର ସମ୍ଭାବନା ରହିଥାଏ ଓ ଭିଟାମିନ ଓ ମିନେରାଲ କମି ଯାଇଥାଏ l ଆସନ୍ତୁ ଜାଣିବା ସେହି ବିଷୟରେ

ଟମାଟୋ – ଟମାଟୋରେ ଭିଟାମିନ ସି ଓ ଆଣ୍ଟି ଅକ୍ସିଡେଣ୍ଟ ଭରପୁର ହୋଇ ରହିଥାଏ l ଏଥିରେ ଲାଇକୋପୀନ ନାମକ ତତ୍ୱ ମଧ୍ୟ ରହିଥାଏ ଯାହା ଶରୀରକୁ ସତେଜ ରଖିବା ସହିତ ଶରୀରର ଜଳୀୟ ଅଂଶକୁ ଠିକ ରଖିଥାଏ l

ଜହ୍ନି – ଖରାଦିନେ ଜହ୍ନି ଖାଇବା ନିହାତି ଆବଶ୍ୟକ l ଏହା ଗୋଟିଏ ଖରାଦିନିଆ ପରିବା ସହିତ ଅନେକ ପୋଷାକ ତତ୍ତ୍ୱରେ ଭରପୁର ଅଟେ l ଜହ୍ନିରେ ଫାଇବର ଭରପୁର ମାତ୍ରାରେ ରହିଥିବା କାରଣରୁ ହୃତପିଣ୍ଡ ସୁସ୍ଥ ରହିଥାଏ ଓ କୋଲେଷ୍ଟ୍ରଲ ମଧ୍ୟ ନିୟନ୍ତ୍ରିତ ରୁହେ l

ଦହି – ପ୍ରୋଟିନରେ ଭରପୁର ଦହି ଗରମ ଦିନରେ ଆପଣଙ୍କୁ ଭିତରୁ ଥଣ୍ଡା ରଖିଥାଏ l ଦହିରେ ରହିଥିବା ପ୍ରୋଟିନ ପେଟକୁ ଭର୍ତି କରି ରଖିଥାଏ l ଏହା ସହିତ ଆପଣ ନିଜକୁ ଅସ୍ୱାସ୍ଥ୍ୟକର ଖାଦ୍ୟରୁ ମଧ୍ୟ ଦୁରେଇ ରଖିପାରିବେ l ଦହିରେ ପ୍ରବାୟୋଟିକ ରହିଥିବା ହେତୁ ପାଚନ ତନ୍ତ୍ର ସୁରକ୍ଷିତ ରହିଥାଏ l

ତରଭୁଜ – ଏହା ଗୋଟିଏ ଖରାଦିନିଆ ଫଳ ଭାବରେ ସମସ୍ତଙ୍କର ଅତି ପ୍ରିୟ ଅଟେ l ଏହା ଶରୀରକୁ ଥଣ୍ଡା ରଖିବା ସହିତ ଡିହାଇଡ୍ରେସନ ଦୂର କରିଥାଏ l ତରଭୂଜରେ ପାଣିର ମାତ୍ରl ଅଧିକ ରହିଥାଏ ଓ ଏହାକୁ ଖାଇବା ଦ୍ୱାରା ଶୀଘ୍ର ଭୋକ ମଧ୍ୟ ଲାଗି ନଥାଏ l ତରଭୁଜରେ ଲାଇକୋପୀନ ରହିଥିବା ହେତୁ ସୂର୍ଯ୍ୟଙ୍କ କିରଣରେ ହେଉଥିବା କ୍ଷତିରୁ ରକ୍ଷା କରିଥାଏ l

କମଳା – କମଳାରେ ଅଧିକ ପରିମାଣରେ ପୋଟାସିୟମ ରହିଥିବା ହେତୁ ଝାଳ ଜରିଆରେ ଶରୀରରୁ ବାହାରୁଥିବା ପୋଟାସିୟମ ସନ୍ତୁଳନ କରିଥାଏ l କାରଣ ପୋଟାସିୟମ କମିବା ଦ୍ୱାରା ମାଂସପେଶୀ ଯନ୍ତ୍ରଣା ହେବ ସହିତ ଦୁର୍ବଳ ହୋଇପଡେ l କମଳାରେ ୮୦ ପ୍ରତିଶତ ଜଳୀୟ ଅଂଶ ଥିବା ହେତୁ ଶରୀରକୁ ହାଇଡ୍ରେଟ କରିଥାଏ l

ସାଲାଡ଼ – ଖରାଦିନେ ସାଲାଡ଼ ଖାଇବା ନିହାତି ଆବଶ୍ୟକ l କାରଣ ସାଲାଡ଼ରେ ଥିବା ପୋଷକ ତତ୍ୱ ଆମ ଶରୀରକୁ ସୂର୍ଯ୍ୟଙ୍କ କିରଣ ଦ୍ୱାରା ହେଉଥିବା କ୍ଷତିରୁ ରକ୍ଷା କରିଥାଏ l ଆପଣ ସାଲାଡ଼ରେ ଗାଜର ,ତରଭୁଜ ,ଟମାଟୋ ,ଅଙ୍ଗୁର ଓ ଅଣ୍ଡା ଇତ୍ୟାଦି ମିଶାଇ ନିଜ ଆହାରରେ ସାମିଲ କରି ନିଜକୁ ସୁସ୍ଥ ରଖି ପାରିବେ l

Show More

Related Articles

Back to top button