ସ୍ୱାସ୍ଥ୍ୟ

ଗ୍ରୀଷ୍ମ ଋତୁରେ ତେନ୍ତୁଳୀ ଶରୀର ପାଇଁ ରାମବାଣ ସଦୃଶ

ଆସନ୍ତୁ ଜାଣିବା ତେନ୍ତୁଳୀର ଉପକାରିତା-

ପ୍ରାୟ ସମସ୍ତେ ଛୋଟ ବେଳେ କଞ୍ଚା ଓ ପାଚିଲା ତେନ୍ତୁଳି ଖାଇ ଥାନ୍ତି ,ବର୍ତ୍ତମାନ ମଧ୍ୟ ଆମେ ମାନେ ତେନ୍ତୁଳିର ପ୍ରୟୋଗ ନିଜର ବିଭିନ୍ନ ଖାଦ୍ୟରେ ବ୍ୟବହାର କରିଥାଉ l କିନ୍ତୁ ଏହାର କଣ ସବୁ ଲାଭ ରହିଛି ସେ ବିଷୟରେ କେହି ଜାଣି ନାହାନ୍ତି l ୨୦୧୮ ରେ ହୋଇଥିବା ଏକ ଗବେଷଣାରୁ ଜଣା ପଡିଛି ଯେ ତେନ୍ତୁଳି ଖାଇବା ସ୍ୱାସ୍ଥ୍ୟ ପକ୍ଷ ହିତକର ଅଟେ l ଏଥିରେ ଅନେକ ପ୍ରକାର ଲାଭ ମିଳିଥାଏ ଓ ଅନେକ ଗୁଡିଏ ପୋଷକତତ୍ୱ ମଧ୍ୟ ରହିଛି ଆସନ୍ତୁ ଜାଣିବା ସେଗୁଡିକ କଣ ?

* ତେନ୍ତୁଳି ଖାଇଲେ ଆପଣ ମୋଟା ପଣରୁ ଦୁରେଇ ରହିବେ l ତେନ୍ତୁଳିରେ ହାଇଡ୍ରୋସିଟ୍ରିକ ନାମକ ଏସିଡ ରହିଛି ଯାହା ଆପଣଙ୍କ ଶରୀରରେ ରହିଥିବା ଚର୍ବିକୁ ଧୀରେ ଧୀରେ କମ କରିଥାଏ ,ଯେଉଁ କାରଣରୁ ମେଦ ବହୁଳତା ଦୁରେଇ ଯାଇଥାଏ l

* ତେନ୍ତୁଳିରେ କ୍ୟାନ୍ସର ପ୍ରତିରୋଧକ ଶକ୍ତି ରହିଛି ,କାରଣ ଏଥିରେ ଆଣ୍ଟିଆକ୍ସିଡେଣ୍ଟ ଭରପୁର ମାତ୍ରାରେ ରହିଛି ଯାହା ଶରୀରର କ୍ୟାନ୍ସର ସେଲକୁ ବଢିବାକୁ ଦେଇ ନଥାଏ l

* ମଧୁମେହ ରୋଗୀଙ୍କ ପାଇଁ ତେନ୍ତୁଳି ଅତ୍ୟନ୍ତ ଲାଭ ଦାୟକ ଅଟେ ,ଏହା ରକ୍ତ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ l ଏହା ଶରୀରରେ କାର୍ବୋ ହାଇଡ୍ରେଡ଼କୁ ମିଶାଇ ଦେବାରେ ଅଟକାଇଥାଏ l ରକ୍ତ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବା ପାଇଁ ଗୋଟିଏ ଛୋଟ ଗ୍ଲାସ ତେନ୍ତୁଳି ରସ ଲାଭ ଦାୟକ l

* ତେନ୍ତୁଳିରେ ଆଇରନ ଓ ପୋଟାସିୟମ ରହିଛି ଯାହା ରକ୍ତଶର୍କରାକୁ ନିୟନ୍ତ୍ରଣ କରିଥାଏ ଓ ରେଡ ବ୍ଲଡ଼ ସେଲକୁ ତିଆରି କରିବାରେ ସାହାଯ୍ୟ କରିଥାଏ l

* ଗବେଷକ ମାନଙ୍କ ମତରେ ଯଦି ଆପଣଙ୍କ ଇମ୍ୟୁନିଟି କମ ରହିଛି ଓ ଆପଣ କାମ କରୁଥିବା ସମୟରେ ଶୀଘ୍ର ଥକି ଯାଉଛନ୍ତି କିମ୍ବା ରୋଗଗ୍ରସ୍ତ ହୋଇଯାଉଛନ୍ତି ତେବେ ଆପଣ ତେନ୍ତୁଳି ଖାଇବା ବଶ୍ୟକ l ତେନ୍ତୁଳିରେ ଥିବା ଭିଟାମିନ-ସି ଓ ଆଣ୍ଟିଆକ୍ସିଡେଣ୍ଟ ଆପଣଙ୍କ ରୋଗ ପ୍ରତିରୋଧକ କ୍ଷମତାକୁ ଉନ୍ନତ କରିବ l

* ଗ୍ରୀଷ୍ମ ଋତୁରେ ଅଂଶୁଘାତ ହେବ ଦ୍ୱାରା ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥାଏ l ତେଣୁ ଏହି ଗବେଷକ ମାନେ କହିଛନ୍ତି ଯେ ଏକ ଗ୍ଲାସ ପାଣିରେ ୨୫ ଗ୍ରାମ ତେନ୍ତୁଳି ବତୁରାଈ ରଖନ୍ତୁ l ଖରାରେ ବାହାରକୁ ବାହାରିବା ପୂର୍ବରୁ ଏହାକୁ ପିଇ ନିଅନ୍ତୁ l ଏପରି କରିବା ଦ୍ୱାରା ଅଂଶୁଘାତରୁ ରକ୍ଷା ପାଇବ l

Show More

Related Articles

Back to top button