ସ୍ୱାସ୍ଥ୍ୟ

ଗ୍ରୀଷ୍ମ ଋତୁରେ କଳା ଲୁଣରୁ ମିଳିଥାଏ ଅଦ୍ଭୁତ ଲାଭ

ନିଜ ଖାଦ୍ୟରେ ପ୍ରତେକ ଦିନ ଖାଆନ୍ତୁ

ଗ୍ରୀଷ୍ମ ଓ ଗୁଳୁଗୁଳି ସମୟରେ ନିରନ୍ତର ଝାଳ ବୋହି ଚାଲିଥାଏ ଓ ଅସ୍ବସ୍ତି ଲାଗିଥାଏ l ଏହି ସମୟରେ ନିଜ ଶରୀରକୁ ଶାନ୍ତ କରିବା ସହିତ ମନକୁ ଶାନ୍ତ କରିବା ପାଇଁ ଆମେ ଘରେ ପ୍ରସ୍ତୁତ ହେଉଥିବା ବିଭିନ୍ନ ଥଣ୍ଡା ପାନୀୟ ପିଇଥାଉ l କିନ୍ତୁ କଣ ଆପଣ ଜାଣିଛନ୍ତି ଏହି ପାନୀୟରେ ସାମାନ୍ୟ କଳା ଲୁଣ ମିଶାଇବା ଦ୍ୱାରା ଆମକୁ କି ସବୁ ଲାଭ ମିଳିଥାଏ l

କଳାଲୁଣ ଏକ ସୈନ୍ଧବ ଲୁଣ ଅଟେ ,ଯାହା ହିମାଳୟର ଲୁଣ ଖଣି ରୁ ମିଳିଥାଏ l ଏଥିରେ ଆଇରନ ସହିତ ମିନେରାଲସ ପ୍ରଚୁର ପରିମାଣରେ ରହିଛି l ଏଥିରେ ରହିଛି ଆଶ୍ଚର୍ଯ୍ୟ କଲା ଭଳି ସ୍ୱାସ୍ଥ୍ୟକର ଗୁଣ l

* ପାଚନ ସମସ୍ୟା ପାଇଁ ସାହାଯ୍ୟ କରିଥାଏ –

ବାନ୍ତି ଓ ଏସିଡ଼ିଟି ଭଳି ସମସ୍ୟା ,ଅଧିକ ଖାଦ୍ୟ ଖାଇ ହଜମ ର ଅସୁବିଧାର ସମୁଖୀନ ହେଉଥିଲେ କିମ୍ବା କୋଷ୍ଠ କାଠିନ୍ୟ ସମସ୍ୟା ଇତ୍ୟାଦି ଦେଖାଗଲେ ଆମେ କଳାଲୁଣ ଅର୍ଥାତ ବିଟ ସ୍ଲଟ କୁ ନିଜ ଖାଦ୍ୟରେ ଖାଇ ପାରିବା l କଳାଲୁଣ ଅତିରିକ୍ତ ଅମ୍ଳ ସ୍ତରକୁ କମ କରିଥାଏ l ବିଭିନ୍ନ ମିନେରାଲସ ରହିଥିବା କାରଣରୁ ଅଧିକାଂଶ ଅନ୍ତ ସମ୍ବନ୍ଧୀୟ ସମସ୍ୟାକୁ ଦୂର କରିଥାଏ l

* ମାଂସପେଶୀ ଟାଣି ଧରିବାରୁ ଅଟକାଏ –

କଳାଲୁଣରେ ପୋଟାସିୟମ ର ମାତ୍ରା ଅଧିକ ରହିଛି l ଯାହା ଶରୀରର ମାଂସପେଶୀକୁ ଉଚିତ କାମ କରାଇବାରେ ମହତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ l ଏହାକୁ ପ୍ରତିଦିନ ସାମାନ୍ୟ ପରିମାଣରେ ଖାଇବା ଦ୍ୱରା ମାଂସପେଶୀ ଯନ୍ତ୍ରଣାରୁ ଆରମ୍ ମିଳିଥାଏ l

* ରକ୍ତ ସଂଚାଳନ ଠିକ ରେ କରିଥାଏ –

କଳାଲୁଣ ଏକ ପ୍ରାକୃତିକ ବ୍ଲଡ଼ ଥିନର ଅଟେ l ଯାହା ଶରୀରରେ ରକ୍ତ ସଂଚାଳନ କରିବାରେ ସାହାଯ୍ୟ କରିଥାଏ l ଏହା ଶରୀରରେ କୋଲେଷ୍ଟ୍ରଲ ସ୍ତରକୁ କମାଇବାରେ ସାହାଯ୍ୟ କରେ l

Show More

Related Articles

Back to top button