ସ୍ୱାସ୍ଥ୍ୟ

ଗ୍ରୀଷ୍ମ ଋତୁରେ ଏହି ସବୁ ଜିନିଷକୁ ଖାଇବା ଦ୍ୱାରା ଦ୍ରୁତ ଗତିରେ ବଢିଥାଏ ଶରୀରର ଉତ୍ତାପ

ଗ୍ରୀଷ୍ମଋତୁରେ ଖାଦ୍ୟ ଠାରୁ ଅଧିକ ପାନୀୟ ଉପରେ ଧ୍ୟାନଦେବା ଆବଶ୍ୟକ l କାରଣ ଏହି ଋତୁରେ ଆମର ପାଚନ ଶକ୍ତି ଅନ୍ୟ ଋତୁ ତୁଳନାରେ ସାମାନ୍ୟ ଧୀର ହୋଇ ଯାଇଥାଏ ,ତେଣୁ ଖାଦ୍ୟ ହଜମ ହେବାପାଇଁ ସମୟ ଲାଗିଥାଏ

ଏହାଠାରୁ ରକ୍ଷା ପାଇବା ପାଇଁ ଆପଣ ପଇଡ଼ ପାଣି ,ଲେମ୍ବୁପାଣି ,ଜଳଜୀରl ଲସି ଇତ୍ୟାଦି ପିଇବା ଆବଶ୍ୟକ l ଯାହାଦ୍ୱାରା ଆପଣଙ୍କୁ କମ ସମୟରେ ଅଧିକ ପୋଷଣ ମିଳିଥାଏ l ଗ୍ରୀଷ୍ମ ଋତୁରେ ରୋଗଠାରୁ ଦୁରେଇ ରହିବା ପାଇଁ କିଛିଟା ଖାଦ୍ୟକୁ ନିଜଠାରୁ ଦୁରେଇ ଦେବା ଆବଶ୍ୟକ l ଆସନ୍ତୁ ଜାଣିବା –

* ଆଇସକ୍ରିମ – ଗ୍ରୀଷ୍ମଋତୁରେ ପ୍ରାୟ ସମସ୍ତେ ଆଇସକ୍ରିମ ଖାଇବାକୁ ଭଲ ପାଇଥାଆନ୍ତି l କିନ୍ତୁ ଆଇସକ୍ରିମରେ ସବୁଠୁ ଅଧିକ ସୁଗାର ମିଳିଥାଏ l ଯାହା ଆପଣଙ୍କ ଓଜନ ବଢାଇବା ସହିତ ରକ୍ତରେ ଶର୍କରା ସ୍ତରକୁ ମଧ୍ୟ ବଢ଼ାଇଥାଏ l ଏହା ଛଡା ଆଇସକ୍ରିମ ଶୋଷ ବଢାଇବା ସହିତ ଶରୀରର ଉତାପକୁ ମଧ୍ୟ ବଢ଼ାଇଥାଏ l

* ସି ଫୁଡ – ଗ୍ରୀଷ୍ମଋତୁରେ ସି ଫୁଡ ଖାଇବା ଦ୍ୱାରା ଫୁଡ ପଏଜନିଙ୍ଗ ସମସ୍ୟା ହେବାର ଆଶଙ୍କା ରହିଥାଏ l ତା ସହିତ ଗ୍ରୀଷ୍ମ ଋତୁରେ ସାମୁଦ୍ରିକ ଭୋଜନ ଦ୍ୱାରା ଶରୀରର ଉତ୍ତାପ ବଢି ଅଧିକ ଗରମ ଲାଗିଥାଏ l

* ମସଲା ଯୁକ୍ତ ଖାଦ୍ୟ – ଆମେ ଭାରତୀୟ ମାନେ ମସଲାଯୁକ୍ତ ଖାଦ୍ୟ ଅଧିକ ପସନ୍ଦ କରିଥାଉ l ଗ୍ରୀଷ୍ମ ଋତୁରେ ମସଲାଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ଡିହାଇଡ୍ରେସନର ସମସ୍ୟା ରହିଥାଏ l ତା ସହିତ ଶରୀରର ଉତ୍ତାପ ମଧ୍ୟ ବୃଦ୍ଧି ପାଇଥାଏ l

* ଚା କଫି – ଆମ ମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ ଚା କଫି ପିଇବାକୁ ପସନ୍ଦ କରଥାନ୍ତି l ସମସ୍ତେ ପ୍ରାୟ ଦିନର ଆରମ୍ଭ ଗୋଟିଏ କପ ଚା ରୁ ଆରମ୍ଭ କରିଥାନ୍ତି l ଗ୍ରୀଷ୍ମ ଋତୁରେ ଅଧିକ ପରିମାଣର ଚା କିମ୍ବା କଫି ପିଇବା ଉଚିତ ନୁହେଁ l ଏହା ଶରୀରର ଉତ୍ତାପ ବଢାଇବା ସହିତ ଝାଡ଼ାବାନ୍ତିର ଶିକାର କରାଇଥାଏ l ଯଦି ଆପଣଙ୍କର ଚାର ଅଭ୍ୟାସ ରହିଛି ତେବେ ସୂର୍ଯ୍ୟଙ୍କ ଉଦୟ ପୂରିବାରୁ କିମ୍ବା ଅସ୍ତ ପରେ ପିଆନ୍ତୁ

Show More

Related Articles

Back to top button