ଦେଶ ବିଦେଶସ୍ୱାସ୍ଥ୍ୟ

ନଖ ଚୋବାଇବାର ଅଭ୍ୟାସ ରଖିଛନ୍ତି କି ?

ହୋଇଯାଆନ୍ତୁ ସାବଧାନ , ହେଇପାରେ ଏହିସବୁ ସମସ୍ୟା

ନଖ ଖାଇବା ଆପଣଙ୍କ ସ୍ୱାସ୍ଥ୍ୟକୁ ପ୍ରଭାବିତ କରିପାରେ :ପିଲା ବେଳୁ ଆପଣ ଶୁଣି ଆସୁଛନ୍ତି ନଖ ଚୋବାଇବା ଗୋଟିଏ ଖରାପ ଅଭ୍ୟାସ ,କିନ୍ତୁ କଣ ଆପଣ ଜାଣିଛନ୍ତି ଏହା ଏଭଳି ଖରାପ ଅଭ୍ୟାସ କଣ ପାଇଁ l ଆମେ ଶୁଣିଛେ ନଖ ଖାଇବା ଦ୍ୱାରା ଅଧିକାଂଶ ରୋଗର ସମସ୍ୟା ହୋଇପାରେ ,କିନ୍ତୁ ହୁଏତ ଆମେ ଜାଣି ନାହୁଁ ଏହାଦ୍ୱାରା କି ପ୍ରକାରର ସ୍ୱାସ୍ଥ୍ୟଗତ ସମସ୍ୟା ହୋଇଥାଏ l ଆଜିକାଲି ଏହି ସମସ୍ୟା ଆମ ଦିନଚର୍ଯ୍ୟାରେ ସାମିଲ ହୋଇ ଯାଇଛି l ଗୋଟିଏ ଗବେଷଣା ଅନୁସାରେ ,ବିଶ୍ୱରେ ପ୍ରାୟ ୩୦ ପ୍ରତିଶତ ବ୍ୟକ୍ତି ନଖ ଚୋବାଇବା ଅଭ୍ୟାସ ଦ୍ୱାରା ଆକ୍ରାନ୍ତ ଥାଆନ୍ତି l

ଆସନ୍ତୁ ଜାଣିବା କଣ ହୋଇଥାଏ ଅସୁବିଧା –

* ତ୍ୱଚାର ସଂକ୍ରମଣ -ସ୍ୱାସ୍ଥ୍ୟ ଅନୁସାରେ ନଖ ଚୋବାଇବା ଦ୍ୱାରା ଜୀବାଣୁ ସଂକ୍ରମଣ ହୋଇଥାଏ ଯାହା ଶରୀର ଓ ଚର୍ମ ଉପରେ ପ୍ରଭାବ ପକାଇଥାଏ l ଚର୍ମରେ ବିଭିନ୍ନ ପ୍ରକାରର ଏଲର୍ଜୀ ହେବା ସହିତ ନାଲି ନାଲି ହୋଇ ଫଳି ଯାଇଥାଏ l ବେଳେବେଳେ ନଖ ଚୋବାଇବା ଦ୍ୱାରା ନଖରେ ଅସହନୀୟ ଯନ୍ତ୍ରଣା ହୋଇଥାଏ l ତେଣୁ ଏହିସବୁ ଦୃଷ୍ଟିରୁ ନଖ ଚୋବାଇବା ଉଚିତ ନୁହେଁ l

* ସ୍ଥିର ବିକଳାଙ୍ଗ ଅବସ୍ଥା – ପେରୋନେସିଆ ଭଳି ଅଧିକାଂଶ ଜୀବାଣୁ ଶରୀରରେ ନିୟନ୍ତ୍ରଣରୁ ବାହାରକୁ ଚାଲି ଯାଇଥାନ୍ତି ଓ ଯେତେବେଳେ ଆମେ ଲଗାତାର ଭାବରେ ନଖକୁ ପେଟୀଭିତରେ ପୁରାଇଥାଉ ସେଗୁଡିକ ଶରୀରକୁ ପ୍ରଭାବିତ କରିଥାନ୍ତି l ଯେଉଁ କାରଣରୁ ସେପ୍ଟିକ ଅଥରାଇଟିସ ମଧ୍ୟ ହୋଇଥାଏ l ଯାହାର ଚିକିଷ୍ୟା ସହଜ ନୁହେ l

*ନଖ ଉପରେ ପ୍ରଭାବ – ଯଦି ଆପଣଙ୍କର ନଖ ଖାଇବାର ପୁରୁଣା ଅଭ୍ୟାସ ରହିଛି ତେବେ ଏହା ଆପଣଙ୍କ ନଖକୁ ଭିତରୁ ମଧ୍ୟ ଖରାପ କରିପାରେ l ତେଣୁକରି ନଖ ବଢିବା ବନ୍ଦ ହୋଇଯାଇଥାଏ l

*ଦାନ୍ତର କ୍ଷତି ହୁଏ – ଯେଉଁ ଲୋକମାନେ ନଖ ଖାଇଥାନ୍ତି ସେମାନଙ୍କର ଦାନ୍ତରେ ସମସ୍ୟା ଦେଖାଦେଇଥାଏ l ଏହାଦ୍ୱାରା ଦାନ୍ତ ଢିଲା ହେବା ସହିତ ଦାନ୍ତ ଦୁର୍ବଳ ହୋଇ ଖସିପଡିଥାଏ l

*ଦାନ୍ତ ତେଢା ହୋଇଯାଏ – ଯଦି ଆପଣଙ୍କର ପିଲାବେଳୁ ନଖ ଚୋବାଇବାର ଅଭ୍ୟାସ ଅଛି ତେବେ ଏହା ଆପଣଙ୍କ ଦାନ୍ତ ଉପରେ ପ୍ରଭାବ ପକାଇବ l କାରଣ ଆମେ ନଖ ଚୋବାଇବା ପାଇଁ ଯେଉଁ ଦାନ୍ତର ଉପଯୋଗ କରିଥାଉ ସେହି ଦାନ୍ତ ଶିଥିଳ ହୋଇଯାଇଥାଏ ଓ ନିଜର ଆକାର ବଦଳାଇଥାଏ ଏହି କାରଣରୁ ଆମେ ଦାନ୍ତରେ ବ୍ରେସ ପିନ୍ଧି ଥାଉ l

* ମାଢିରେ ଯନ୍ତ୍ରଣା – ଅଧିକାଂଶ ସମୟ ନଖର ଛୋଟ ଖଣ୍ଡ ପାଟି ଭିତରେ ରହିଯାଇଥାଏ ଓ ମାଢ଼ିଉପରେ ଏହାର ପ୍ରଭାବ ପଡିଥାଏ l ଏହି କାରଣରୁ ମାଢିରେ ସଂକ୍ରମଣ ହେବ ସହିତ ଘା ହୋଇଥାଏ l

*ପାଚନ ପ୍ରକ୍ରିୟା ପ୍ରଭାବିତ ହୁଏ – ନଖ ଚୋବାଇବା ଅଭ୍ୟାସ ଦ୍ୱାରା ପେଟକୁ ଜୀବାଣୁ ଯାଇଥାଏ l ଯେଉଁ କାରଣରୁ ପେଟରେ ସଂକ୍ରମଣ ହୋଇଥାଏ l ଏହି କାରଣରୁ ପେଟ ଯନ୍ତ୍ରଣା ସହିତ ଡାଇରିଆ ସମସ୍ୟା ମଧ୍ୟ ଦେଖାଦିଏ ତା ସହିତ ପାଚନ ଶକ୍ତି ଉପରେ ପ୍ରଭା ପକାଏ l

(ଆପଣଙ୍କୁ ଏହା ଏକ ସାମାନ୍ୟ ତଥ୍ୟ ଆଧାରରେ ଦିଆଯାଇଛି ସକାଳ ଖବର .କମ ଏହାର ପୁଷ୍ଟି କରୁନାହିଁ ଏହି ସବୁ କୁ ଅବଲମ୍ବନ କରିବା ପାଇଁ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ )

Show More

Related Articles

Back to top button