ସ୍ୱାସ୍ଥ୍ୟ

ଗ୍ରୀଷ୍ମ ଋତୁରେ ପେଟ ପାଇଁ ରାମବାଣ ଅଟେ “ଇସବଗୋଲ” ଭୁସି

ଆସନ୍ତୁ ଜାଣିବା ଏହାର ଲାଭ ବିଷୟରେ-

ଭାରତର ପ୍ରାୟ ଅଧିକାଂଶ ଘରେ ବୟସ୍କ ମାନଙ୍କୁ ଇସବଗୋଲ ଅର୍ଥାତ ସୁଧ ଭାଷାରେ ଭୁସିର ପ୍ରୟୋଗ କରିଥିବାର ଦେଖିଥାଉ l ଇସବଗୋଲକୁ ଆୟୁର୍ବେଦରେ ପେଟର ସମସ୍ତ ସମସ୍ୟା ପାଇଁ ରାମବାଣ କୁହାଯାଏ l ଆଜି ଆସନ୍ତୁ ଜାଣିବା ଇସବଗୋଲର ଅନ୍ୟ ଉପକାର ବିଷୟରେ l

ଇସବଗୋଲ ପ୍ଲାଣ୍ଟlଗୋ ଓବାଟା ନାମକ ଗଛର ମଞ୍ଜି ଅଟେ l ଏହି ଗଛର ଛୋଟ ଛୋଟ ଧଳା ଧଳା ମଞ୍ଜି ରହିଥାଏ l ଏହି ମଞ୍ଜିକୁ ଇସବଗୋଲ ଭୁସି କୁହାଯାଏ l ଏହି ଭୁସିର ବ୍ୟବହାର ବିଶେଷକରି ପେଟ ରୋଗ ପାଇଁ କରାଯାଇଥାଏ l

*ଇସବଗୋଲ ଭୁସିରେ ପ୍ରଚୁର ମାତ୍ରାରେ ଫାଇବର ରହିଛି l ଯାହା ପାଚନ ସମ୍ବନ୍ଧୀୟ ସମସ୍ୟାକୁ ଦୂର କରିଥାଏ l ଏହାକୁ ସେବନ କରିବା ଦ୍ୱାରା ଗ୍ୟାସ ,ଏସିଡ଼ିଟି ,କୋଷ୍ଠ କାଠିନ୍ୟ ,ଡାଇରିଆ ସମସ୍ୟାରୁ ଅଧିକ ଆରାମ ମିଳିଥାଏ l

* ଇସବଗୋଲ ଭୁସି ମଧୁମେହ ରୋଗୀ ମାନଙ୍କ ପାଇଁ ଅତ୍ୟନ୍ତ ହିତକର l ଅଧିକାଂଶ ଗବେଷଣାରୁ ଜଣା ପଡିଛି ଯେ ମଧୁମେହ ରୋଗୀ ମାନଙ୍କ ପାଇଁ ଫାଇବରରେ ଭରପୁର ଖାଦ୍ୟ ଅତ୍ୟନ୍ତ ହିତକର lଏହାଦ୍ୱାରା ରକ୍ତ ସରକାର ସ୍ତର କମ ହୋଇଥାଏ l

* ଦୀର୍ଘ ସମୟରୁ କୋଷ୍ଠ କାଠିନ୍ୟ ସମସ୍ୟାରେ ଯଦି ଗ୍ରସିତ ରହୁଛନ୍ତି ତେବେ ଅର୍ଶର ସମସ୍ୟା ଦ୍ୱାରା ଆକ୍ରାନ୍ତ ହୋଇଥାନ୍ତି l ଇସବଗୋଲ ସେବନ କରିବା ଦ୍ୱାରା କୋଷ୍ଠ କାଠିନ୍ୟ ସମସ୍ୟା ଦୂର ହୋଇଥାଏ l

* ରକ୍ତଚାପ ରୋଗରେ ଗ୍ରସ୍ତ ରହୁଥିବା ବ୍ୟକ୍ତି ମାନଙ୍କ ପାଇଁ ଇସବଗୋଲ ଭୁସି ଅତ୍ୟନ୍ତ ହିତକର l ଏହା ଫାଇବାରରେ ଭରପୁର ହେବା ସହିତ କୋଲେଷ୍ଟ୍ରଲ ଫ୍ରି ଅଟେ l ଏଥି ସହିତ ହୃଦୟ ଓ ମାଂସପେଶୀକୁ ସୁଦୃଢ କରିଥାଏ l

କିପରି କରିବେ ବ୍ୟବହାର ?

– ଦେଢ଼ ଚାମଚ ଇସବଗୋଲ ଭୁସି ନିଅନ୍ତୁ ଏଥିରେ ଏକ ଗ୍ଲାସ ପାଣି ଢାଳନ୍ତୁ ୩୦ ମିନିଟ ପର୍ଯ୍ୟନ୍ତ ବତୁରିବାକୁ ଛାଡ଼ନ୍ତୁ l ଏହା ଜେଲ ଭଳି ହୋଇଯିବl ପରେ ଏହାକୁ ତ୍ରିଫଳା ଗୁଣ୍ଡ ମିଶାଇ ପିଇବା ଦ୍ୱାରା କୋଷ୍ଠ କାଠିନ୍ୟ ସମସ୍ୟା ଦୂର ହେବ l

– ଗ୍ରୀଷ୍ମ ଋତୁରେ ଇସବଗୋଲ ଭୁସିରେ ଦହି ମିଶାଇ ସର୍ବତ ପ୍ରସ୍ତୁତ କରି ପୀଇବା ଦ୍ୱାରା ସମସ୍ତ ପ୍ରକାର ପେଟ ରୋଗରୁ ଆରମ୍ ମିଳିଥାଏ l

Show More

Related Articles

Back to top button