ଦେଶ ବିଦେଶବାଣିଜ୍ୟ

କମିଲା ସୁନା ରୂପ ଦର

ଆମେରିକା ଡଲାର ମଜବୁତ ହେବା ପରେ ଅନ୍ତରାଷ୍ଟ୍ରୀୟ ସ୍ତରରେ ସୁନାର ଦାମ୍ ଖସିବାରେ ଲାଗିଛି । କମେକ୍ସରେ ସୁନାର ଦାମ୍ ହ୍ରାସ ପାଇ ୨ ସପ୍ତାହ ମଧ୍ୟରେ ସବୁଠାରୁ ନିମ୍ନ ସ୍ତରରେ ପହଁଚିଛି । ଏହାର ପ୍ରଭାବ ଘରୋଇ ବଜାର ଉପରେ ପଡିଛି । ଘରୋଇ ବଜାରରେ ମଧ୍ୟ ସୁନାର ଦାମ୍ ହ୍ରାସ ପାଇଛି

ଦିଲ୍ଲୀ ଗହଣା ବଜାରରେ ସୋମବାର ସୁନାଦର ୧୦ ଗ୍ରାମ ପ୍ରତି ୫୧ ହଜାର ଟଙ୍କାରେ ପହଁଚିଛି । ସେହିପରି ରୁପାର ଦାମ୍ ମଧ୍ୟ ୭୫୩ ଗ୍ରାମ୍ ହ୍ରାସ ପାଇଛି ।ଏଠାରେ କହି ରଖୁଛୁ ଯେ, ଗତ ଅଗଷ୍ଟରେ ସୁନାର ଦାମ୍ ୧୦ ଗ୍ରାମ୍ ପିଛା ୫୬୨୦୦ ଟଙ୍କା ଥିଲା । ସେବେଠାରୁ ଏବେଯାଏଁ ସୁନା ଦର ୫୫୦୦ ଟଙ୍କା ହ୍ରାସ ପାଇଲାଣି । ସେହିପରି ବିଶ୍ୱର ସବୁଠାରୁ ବଡ ଗୋଲ୍ଡ-ଏକ୍ସଚେଞ୍ଜ ଟ୍ରେଡେଡ୍ ଫଣ୍ଡ୍ ବା ଗୋଲ୍ଡ ଇଟିଏଫରେ ଏସଡିପିଆର ଗୋଲ୍ଡ ଟ୍ରଷ୍ଟର ହୋଲ୍ଡିଂ ଶୁକ୍ରବାର ୦.୧୪ ପ୍ରତିଶତ ହ୍ରାସ ପାଇ ୧୨୬୩.୮୦ ଟନ୍ ହୋଇଯାଇଛି ।

ସୋମବାର ଦିଲ୍ଲୀ ଗହଣା ବଜାରରେ ସୁନାଦର ୧୦ ଗ୍ରାମ ପିଛା ୫୯ ଟଙ୍କା ହ୍ରାସ ପାଇଛି । ଏବେସୁନା ଦର ୧୦ ଗ୍ରାମ ପିଛା ୫୧,୦୩୪ ରହିଛି । ଏହାପୂର୍ବରୁ ଦାମ୍ ୫୧,୦୯୩ ଟଙ୍କା ଥିଲା । ଅନ୍ତରାଷ୍ଟ୍ରୀୟ ବଜାରରେ ଦର ଆଉନ୍ସ ପିଛା ୧୯୦୧ ଡଲାର ରହିଛି । ତେବେ ଦୀପାବଳି ପରେ ସୁନା ଦାମ୍ ଆହୁରି ବଡିପାରେ । ଡିସେମ୍ବର ଶେଷ ସୁଦ୍ଧା ସୁନା ଦର ସର୍ବାଧିକ ଦାମ୍ ଛୁଇଁପାରେ ବୋଲି ବିଶେଷଜ୍ଞମାନେ କହୁଛନ୍ତି ।

Show More

Related Articles

Back to top button