ଦେଶ ବିଦେଶବାଣିଜ୍ୟ

ଆସ୍ୱସ୍ଥିକର ଖବର: କିଲୋ ପ୍ରତି ୧୦ଟଙ୍କା ଶସ୍ତା ହେଲା ପିଆଜ

ସରକାରଙ୍କ ତରଫରୁ ନିଆଯାଇଥିବା ପଦକ୍ଷେପ ପରେ ପିଆଜ ଦର ପାଖାପାଖି ୧୦ ଟଙ୍କା କମିଛି। ଦେଶର ରାଜଧାନୀ ଦିଲ୍ଲୀ, ମୁମ୍ବାଇ ଓ ଚେନ୍ନାଇର ପିଆଜ ମଣ୍ଡିରେ ଦର କିଲୋ ପ୍ରତି ପାଖାପାଖି ୧୦ ଟଙ୍କା ହ୍ରାସ ପାଇଛି

ପିଆଜ ଷ୍ଟକ୍ ରଖିଥିବା ଲୋକଙ୍କ ବିରୋଧରେ ସରକାର ଦୃଢ ପଦକ୍ଷେପ ନେଇଛନ୍ତି। ଏହାପରେ ଦର ହ୍ରାସ ପାଇଛି। ଏହିଭଳି ଷ୍ଟକ ବ୍ୟବସ୍ଥା ରୋକିବାକୁ ସରକାର ବ୍ୟବସାୟୀମଲା ପାଇଁ ଷ୍ଟକ୍ ଲିମିଟ୍ ବଢାଇଥିଲେ। ସରକାରଙ୍କ ତରଫରୁ ଲିମିଟ୍ ନିର୍ଣ୍ଣୟ ହେବାପରେ ମହାରାଷ୍ଟ୍ର ଲାଶଲଗାଁରେ ପିଆଜ ଦର କିଲୋ ପ୍ରତି ୫ ଟଙ୍କା ହ୍ରାସ ପାଇ ୫୧ ଟଙ୍କା ହୋଇଛି। ଲାଶଲଗାଁରେ ପିଆଜର ସବୁଠାରୁ ବଡ ମଣ୍ଡି ରହିଛି।ସରକାରୀ ସୂଚନା ଅନୁଯାୟୀ, ଚେନ୍ନାଇରେ ଅକ୍ଟୋବର ୨୪ ତାରିଖରେ ପିଆଜ ଦର ହ୍ରାସ ପାଇ କିଲୋ ପ୍ରତି ୬୬ ଟଙ୍କା ଥିଲା। ଅକ୍ଟୋବର ୨୩ ତାରିଖରେ ଚେନ୍ନାଇରେ ପିଆଜ ଦର ୭୬ ଟଙ୍କା ଥିଲା। ଠିକ ସେହିଭଳି ମୁମ୍ବାଇ ଓ ଭୋପାଲରେ ଗୋଟିଏ ଦିନରେ ପିଆଜ ଦର ୫-୬ ଟଙ୍କା କମିଛି। ମୁମ୍ବାଇରେ ପିଆଜ ଦର ୭୦ ଟଙ୍କା ଥିବାବେଳେ ଭୋପାଲରେ ୬୪ ଟଙ୍କା ଥିଲା ଯାହା ବର୍ତ୍ତମାନ କମି ୪୦ ଟଙ୍କା ହୋଇଛି। ସୂଚନା ଅନୁଯାୟୀ, ଦିଲ୍ଲୀ ଆଜାଦପୁର ମଣ୍ଡିରେ ପିଆଜ ଆମଦାନୀ ବୃଦ୍ଧି ପାଇ ୫୩୦ ଟନ ହୋଇଛି।

ମୁମ୍ବାଇରେ ପିଆଜ ଆମଦାନୀ ୮୮୫ ଟନରୁ ବୃଦ୍ଧି ପାଇ ୧୫୬୦ ଟନ ହୋଇଛି। ଚେନ୍ନାଇରେ ଦୈନିକ ଆମଦାନୀ ୧୧୨୦ ଟନରୁ ୧୪୦୦ ଟନ ହୋଇଛି। ବେଙ୍ଗାଲୁରୁ ମଣ୍ଡିରେ ୨୫୦୦ ଟନରୁ ୩ ହଜାର ଟନ୍ ହୋଇଛି। ତେବେ ଲକ୍ଷ୍ନୌ, ଭୋପାଲ, ଅହମଦାବାଦ, ଅମୃତସର, କୋଲକାତା ଓ ପୁନେରେ ଆମଦାନୀ ବାକି ଅଛି।ସରକାର ଅକ୍ଟୋବର ୨୩ ତାରିଖରେ ଜରୁରୀ ଦ୍ରବ୍ୟ ସଂଶୋଧନ ଆଇନ ଲାଗୁ କରିଥିଲେ ଓ ଡିସେମ୍ବର ୩୧ ତାରିଖ ଯାଏଁ ଖୁଚୁରା ବ୍ୟବସାୟୀଙ୍କ ପାଇଁ ପିଆଜ ଷ୍ଟକ୍ ଲିମିଟ୍ ଦୁଇ ଟନ୍ ଓ ମଣ୍ଡି ବିକ୍ରେତାଙ୍କ ପାଇଁ ୨୫ ଟନ୍ ଧାର୍ଯ୍ୟ କରିଛନ୍ତି। ପିଆଜ ଷ୍ଟକ୍ ରୋକିବାକୁ ଏବଂ ଆକାଷଛୁଆଁ ଦର ଉପରେ ଅଙ୍କୁଶ ଲଗାଇବାକୁ ଏହି ପଦକ୍ଷେପ ନେଇଛନ୍ତି। କିଛି ଖୁଚୁରା ବଜାରରେ ପିଆଜ ଦର କିଲୋ ପ୍ରତି ୧୦୦ ଟଙ୍କାରେ ପହଞ୍ଚିଛି।

Show More

Related Articles

Back to top button