ଦେଶ ବିଦେଶବାଣିଜ୍ୟ

ବନ୍ଦ ହେବାକୁ ଯାଉଛି ୟେସ୍ ବ୍ୟାଙ୍କର ୫୦ଟି ଶାଖା

ଶାଖା ବନ୍ଦ ହେବାରୁ କମିପାରେ ଏଟିଏମ ସଂଖ୍ୟା

ୟେସ୍ ବ୍ୟାଙ୍କ ଆକାଉଣ୍ଟଧାରୀଙ୍କ ପାଇଁ ଗୁରୁତ୍ବପୂଣ୍ଣ କଥା। ବ୍ୟାଙ୍କ ଖର୍ଚ କମ୍ କରିବା ନେଇ ପ୍ରସ୍ତୁତ ଚଳାଇଛି। ଏହାକୁ ଦୃଷ୍ଟିରେ ରଖି ବ୍ୟାଙ୍କ ତା’ର କିଛି ଶାଖାକୁ ବନ୍ଦ କରିବାକୁ ଯାଉଛି। ଏହା ସହ କିଛି ଏଟିଏମ ମଧ୍ୟ ବନ୍ଦ ହେବ। ବ୍ୟାଙ୍କ ତା ପରିଚାଳନା ଖର୍ଚରେ ୨୦ ପ୍ରତିଶତ କମ୍ କରିବା ପ୍ରସ୍ତୁତି ଚଳାଇଛି।ଏବେ ୟେସ ବ୍ୟାଙ୍କ ତାର ୫୦ଟି ବ୍ରାଞ୍ଚ ବନ୍ଦ କରିବାକୁ ପ୍ରସ୍ତୁତି ଚଳାଇଛି। ବ୍ୟାଙ୍କ ଆର୍ଥିକ ବର୍ଷ ୨୦୨୦-୨୧ରେ ଅପସନାଲ ଖର୍ଚକୁ କମ୍ କରିବା ଉଦ୍ଦେଶ୍ୟରେ ୫୦ ଶାଖାକୁ ବନ୍ଦ କରିବାର ପ୍ରସ୍ତୁତି ଚଳାଇଛି।

ବ୍ୟାଙ୍କ ତାର ୫୦ ଶାଖା ବନ୍ଦ କରିବା ସହ କିଛି ଏଟିଏମ ସଂଖ୍ୟାକୁ ସୁସଙ୍ଗତ କରିବା ଚିନ୍ତା କରୁଛି। ୟେସ ବ୍ୟାଙ୍କର ନୂଆ ସିଇଓ ପ୍ରଶାନ୍ତ କୁମାର କହିଛନ୍ତି ବ୍ୟାଙ୍କ ଖର୍ଚରେ କୌଣସି ନିୟନ୍ତ୍ରଣ ନାହିଁ। ବ୍ୟାଙ୍କ ତାର ପରିଚାଳନା ଖର୍ଚ କମ୍ କରିବା ପାଇଁ କ୍ରମାଗତ ଚେଷ୍ଟା ଚଳାଇଛି। ବ୍ୟାଙ୍କର ବଡ଼ ବଡ଼ ଋଣଦାତା କୋର୍ଟର ଦ୍ବାରସ୍ଥ ହେଉଛନ୍ତି। ଯେଉଁଥିପାଇଁ ବ୍ୟାଙ୍କକୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି।ବ୍ୟାଙ୍କର ୧୦୦ ଶାଖା ଭଡ଼ାରେ ରହିଛି। ଯାହାର ଭଡ଼ାକୁ ନେଇ ଏବେ ବିଚାର ବିମର୍ଶ ଚାଲିଛି। ଏହା ସହ ​‌ୟେସ୍‌ ବ୍ୟାଙ୍କର ଏଟିଏମ ସଂଖ୍ୟାକୁ ସୁସଙ୍ଗତ କରାଯାଉଛି। ବ୍ୟାଙ୍କ ପରିଚାଳନା ଶୁକ୍ଳ କମ୍ କରିବା ପାଇଁ କର୍ମଚାରୀଙ୍କୁ ଆବଶ୍ୟକତା ଅନୁସାରେ ନୂଆ କାମରେ ନିଯୁକ୍ତ କରାଯାଉଛି।

Show More

Related Articles

Back to top button