ସ୍ୱତନ୍ତ୍ର

ନିୟମିତ ଏହି ପାନୀୟ ପିଈ କିଡନୀକୁ ସୁସ୍ଥ ରଖନ୍ତୁ

ମନୁଷ୍ୟ ଶରୀରର ଅବିଚ୍ଛେଦ୍ୟ ଅଙ୍ଗ ହେଉଛି କିଡନୀ । ଶରୀରର ସମସ୍ତ ମଇଳା ସଫା କରିବ ସହ ରକ୍ତରେ ଥିବା ମଇଳା ସଫା କରିବାରେ ନିଜର ଗୁରୁତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ନିର୍ବାହ କରିଥାଏ । କିଡନୀର ଯଦି କୌଣସି କ୍ଷତି ହୁଏ , ତେବେ ଏହା ଅନେକ ରୋଗ ସୃଷ୍ଟି କରିବା ସହ ମୃତ୍ୟୁ ଘଟିଥାଏ । ତେଣୁ କିଡନୀକୁ ସଫା ଏବଂ ସୁସ୍ଥ ରଖିବା ଅତ୍ୟନ୍ତ ଜରୁରୀ । ତେଣୁ ଆପଣ କିଡନୀକୁ ସୁସ୍ଥ ରଖିବା ପାଇଁ ନିୟମିତ ଏହି ପାନୀୟ ପିଅନ୍ତୁ ।

ଆସନ୍ତୁ ଜାଣିବା କେଉଁ ପାନୀୟ ପିଇବା ଦ୍ୱାରା କିଡନୀ ସଦାସର୍ବଦା ସୁସ୍ଥ ରହିବ-

ପୁଦିନା ଲେମ୍ବୁ ପାଣି – କିଡନୀକୁ ସୁସ୍ଥ ରଖିବା ପାଇଁ ପୁଦିନା ଏବଂ ଲେମ୍ବୁରୁ ପ୍ରସ୍ତୁତ ପାନୀୟ ଗୁଡିକ ପିଇ ପାରିବେ। ଏହି ପାନୀୟ ପ୍ରସ୍ତୁତ କରିବାକୁ ଏକ ଗ୍ଲାସ୍ ପାଣି ନିଅନ୍ତୁ । ସେଥିରେ ଲେମ୍ବୁ ରସ, କିଛି ପୁଦିନା ପାଣି ଏବଂ କିଛି ଚିନି ମିଶାଇ ଭଲ ଭାବରେ ମିଶାନ୍ତୁ । ଏହି ପାନୀୟ ପିଇବା ଦ୍ଵାରା ଆପଣଙ୍କ କିଡନୀ ସୁସ୍ଥ ରହିଥାଏ।

ନଡିଆ ସିକାଞ୍ଜୀ – କିଡନୀକୁ ସୁସ୍ଥ ରଖିବା ପାଇଁ ନଡ଼ିଆ ପାଣିରେ ପ୍ରସ୍ତୁତ ସିଙ୍କାଜୀ ପାଣି ପିଅନ୍ତୁ । ଏହାକୁ ପିଇବା ଦ୍ଵାରା କିଡନୀ ସୁସ୍ଥ ରହିବ । ଏହି ପାନୀୟ ପ୍ରସ୍ତୁତ କରିବ ପାଇଁ ଏକ ଗ୍ଲାସରେ ନଡିଆ ପାଣି ନିଅନ୍ତୁ । ଏହି ପାଣିରେ ଲେମ୍ବୁ ରସ ମିଶାଇ ପିଅନ୍ତୁ ।

ମସାଲା ଲେମ୍ବୁ ପାଣି – ଯଦି ଆପଣ ଟିକେ ମସଲାଯୁକ୍ତ ଖାଦ୍ୟ ଖାଇବାକୁ ଭଲ ପାଆନ୍ତି, ତେବେ ମସାଲା ଲେମ୍ବୁ ପାଣି ପିଅନ୍ତୁ। ଏହା ଆପଣଙ୍କ କିଡନୀକୁ ସୁସ୍ଥ ରଖିବ । ଏହି ପାନୀୟ ପ୍ରସ୍ତୁତ କରିବାକୁ, ଏକ ଗ୍ଲାସ୍ ନିଅନ୍ତୁ । ଲେମ୍ବୁ ରସ, ଜିରା-ଧନିଆ ପାଉଡର, ଚାଟ ମସାଲା ଏବଂ ସୋଡା ପାଣି ମିଶାଇ ଭଲ ଭାବରେ ମିଶାନ୍ତୁ । ବର୍ତ୍ତମାନ ଏହି ପ୍ରସ୍ତୁତ ପାନୀୟ ପିଅନ୍ତୁ ।

 

Show More

Related Articles

Back to top button