ଓଡ଼ିଶାଦେଶ ବିଦେଶମୁଖ୍ୟ ଖବରରାଜନୀତି

କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନରେ ଭୋଟ୍ ଦେଲେନି ମହମ୍ମଦ ମୋକିମ୍

କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନ ପାଇଁ ଭୋଟ ଦେଲେନି କଟକ-ବାରବାଟୀର କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍ । ସୂଚନା ଅନୁସାରେ, ଆଜି କଂଗ୍ରେସର ସଭାପତି ନିର୍ବାଚନ ପାଇଁ ହେଉଛି ଭୋଟ୍ । ରେସରେ ଅଛନ୍ତି ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡ଼ଗେ ଓ ଶଶି ଥରୁର । ପୂର୍ବରୁ କଂଗ୍ରେସ ଭବନ ମାଡ଼ିବେନି ବୋଲି ଚର୍ଚ୍ଚାରେ ଥିଲେ ମହମ୍ମଦ ମୋକିମ୍ । ଧାମନଗର ଉପନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ ତାଲିକାରେ ବି ନଥିଲା ମୋକିମଙ୍କ ନାଁ । ସେପଟେ ଆଜି ସେ ଭୋଟ୍ ନଦେବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଲାଗି ପ୍ରାର୍ଥୀ ଶଶି ଥରୁର ଓ ମଲ୍ଲିକାର୍ଜ୍ଜୁନ ଖଡଗେ ପ୍ରାର୍ଥୀ ହୋଇଥିବା ବେଳେ ନିଜ ସପକ୍ଷରେ ଭୋଟ ଲାଗି କଂଗ୍ରେସ ପଦାଧିକାରୀ ମାନଙ୍କୁ ନିବେଦନ କରିଛନ୍ତି । ଏହି ଭୋଟିଂ ପ୍ରକ୍ରିୟାରେ ପ୍ରାୟ ୯ ହଜାର କଂଗ୍ରେସ ପଦାଧିକାରୀ ନୂଆ ସଭାପତି ଚୟନ କରିବେ। ସମସ୍ତ ରାଜ୍ୟରେ ନିର୍ବାଚନ ଲାଗି କେନ୍ଦ୍ରୀୟ କମିଟି ପକ୍ଷରୁ ପୋଲିଂ ପାଇଁ ବ୍ୟବସ୍ଥା ମଧ୍ୟ କରାଯାଇଛି । ସକାଳ ୧୦ଟାରୁ ଅପରାହ୍ନ ୪ଟା ଯାଏ ଭୋଟଗ୍ରହଣ ହୋଇଛି । ୧୭ ତାରିଖରେ ଫଳାଫଳ ଆସିବାକୁ ଥିବା ବେଳେ କିଏ କଂଗ୍ରେସର ନୂଆ ସଭାପତି ହେବେ ତାକୁ ନେଇ ଅପେକ୍ଷା ରହିଛି।

Show More

Related Articles

Back to top button