ଜୀବନଚର୍ଯ୍ୟାସ୍ୱାସ୍ଥ୍ୟ

ଶରୀରକୁ ସୁସ୍ଥ ରଖିବା ପାଇଁ ପ୍ରତିଦିନ ପିଅନ୍ତୁ ସପୁରୀ ଜୁସ୍

ଶରୀରକୁ ସୁସ୍ଥ ରଖିବା ପାଇଁ କିଏ ବା ନ ଚାହେଁ । ବିଶେଷ କରି ଶୀତଦିନେ ଅଥିକ ଥଣ୍ଡା ଯୋଗୁଁ ସ୍ୱାସ୍ଥ୍ୟର ଯତ୍ନ ନେବା ନିତାନ୍ତ ଆବଶ୍ୟକ । ଏପରି ପରିସ୍ଥିତିରେ ଶରୀରରେ ଭିଟାମିନ୍ ଏବଂ ମିନେରାଲ୍ସ ଆବଶ୍ୟକ । ତେବେ ଶରୀରକୁ ଉପକାର କରୁଥିବା ଏହି ଜିନିଷ ମଧ୍ୟରୁ ଗୋଟିଏ ହେଉଛି ପାଇନାପଲ ତଥା ସପୁରୀ ଜୁସ୍‌।

ସପୁରୀ ରସ ରୋଗ ପ୍ରତିରୋଧକ ଶକ୍ତି ଏବଂ ହଜମ ପାଇଁ ବେଷ୍ୟ ମେଡିସିନ ।  ସପୁରୀ ଜୁସ୍‌ ହେଉଛି ବ୍ରୋମେଲାଇନ୍ ର ଏକମାତ୍ର ଖାଦ୍ୟ ଉତ୍ସ । ଶୀତଦିନେ ଘଟୁଥିବା ଅନେକ ରୋଗର ଚିକିତ୍ସା ପାଇଁ ଏହି ଏନଜାଇମ୍ ବ୍ୟବହୃତ ହୁଏ। ଏପରି ପରିସ୍ଥିତିରେ, ଆମେ ଆପଣଙ୍କୁ ଏଠାରେ କହିବୁ ସପୁରୀ ଜୁସ୍‌ ପିଇବା ଦ୍ଵାରା କଣ ଫାଇଦା ମିଳେ।

କେଉଁ ଭିଟାମିନ୍ ଏବଂ ମିନେରାଲ୍ସ ମିଳିଥାଏ?

ସପୁରୀ ଜୁସ୍‌ରେ ଆଇରନ, ଭିଟାମିନ୍ ସି, ମାଙ୍ଗାନିଜ୍, କପର, ଫୋଲେଟ୍, ପୋଟାସିୟମ୍, ଭିଟାମିନ୍ କେ, ଭିଟାମିନ୍ ବି-୬, ଭିଟାମିନ୍ ବି -୧ (ଥିଏମାଇନ୍), କ୍ୟାଲସିୟମ୍, ଫସଫରସ୍, କୋଲାଇନ୍, ମ୍ୟାଗ୍ନେସିୟମ୍ ରହିଥାଏ।

ବ୍ରଣ ମୁକ୍ତ ହୁଏ- ଅନେକ ଲୋକ ଜାଣିପାରିବେ ନାହିଁ ଯେ ସପୁରୀ ରସ ପିଇବା ଦ୍ଵାରା ବ୍ରଣ ପରି ସମସ୍ୟାରୁ ମୁକ୍ତି ଦିଏ ଉଜ୍ଵଳ ତ୍ଵଚା ଫେରାଏ। ବୟସ ବଢିବା ସହିତ ଚର୍ମର ସତେଜ ରୁହେ ଏବଂ କୁଞ୍ଚନ ଦେଖାଯାଏ ନାହିଁ । ଯଦି ଆପଣ ନିୟମିତ ଭାବେ ସପୁରୀ ଜୁସ୍‌ ପିଅନ୍ତି । ତେବେ ଆପଣଙ୍କ ତ୍ୱଚାକୁ ସୁସ୍ଥ କୋମଳ ରଖିବ।

ପେଟ ଯନ୍ତ୍ରଣାରୁ ମୁକ୍ତି ମିଳିବ- ଅନେକ ଥର କୌଣସି ଫାଷ୍ଟଫୁଡ୍ ଖାଇବା ଦ୍ଵାରା ପେଟ ଭାରୀ ହୋଇଯାଏ । ଏହା ପେଟକୁ ଯନ୍ତ୍ରଣା ଦିଏ । ଏହି ସମୟରେ ସପୁରୀ ଜୁସ କରି ପିଇବା ଦ୍ଵାରା ଆପଣଙ୍କୁ ପେଟ ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ । ଏଥିରେ ହଜମ ପାଇଁ ଫାଇବର ଏବଂ ଭିଟାମିନ୍ ସି ର ଏକ ସମୃଦ୍ଧ ଉତ୍ସ ଥାଏ। ଯାହା ଖାଦ୍ୟ ହଜମ କରିବାରେ ସାହାଯ୍ୟ କରିଥାଏ। ଯଦି ଆପଣ ପ୍ରତିଦିନ ପିଅନ୍ତି ତାହାଲେ କୋଷ୍ଠକାଠିନ୍ୟ, ଗ୍ୟାସ୍ ଭଳି ସମସ୍ୟା ଦୂର ହୋଇଯିବ ।

ପ୍ରତିରୋଧକ ଶକ୍ତି- ଯେଉଁମାନେ ପ୍ରତିଦିନ ସପୁରୀ ଜୁସ୍‌ ପିଉଛନ୍ତି ସେମାନଙ୍କଠାରୁ ରୋଗ ମଧ୍ୟ ଦୂରରେ ରହିଥାଏ । ସେମାନଙ୍କର ପ୍ରତିରୋଧକୁ ଶକ୍ତି ବୃଦ୍ଧି ହୁଏ। ଏହା ଅନେକ ରୋଗକୁ ମଧ୍ୟ ଲଢିଥାଏ ।

Show More

Related Articles

Back to top button