ଜୀବନଚର୍ଯ୍ୟା

ସ୍ବପ୍ନରେ ସାପ ଦେଖିବା ଶୁଭ ନା ଅଶୁଭ ?

ଜାଣନ୍ତୁ କେଉଁ ସ୍ବପ୍ନ କଣ ଦେଇଥାଏ ସଂକେତ

ମଣିଷ ଶୋଇଲା ମାନେ ସ୍ବପ୍ନ ଦେଖେ। କିନ୍ତୁ ଉଠିବାବେଳକୁ ସ୍ବପ୍ନ ଆଉ ମନେନଥାଏ ଅଥବା ହାଲୁକା ମନେଥାଏ। କିନ୍ତୁ ବେଳେବେଳେ ଆମେ ସ୍ବପ୍ନରେ ଏମିତି କିଛି ଜିନିଷ ଦେଖିଥାଉ ଯାହା ପରେ ଡରିଯାଉ ଏବଂ ନିଦ ଭାଙ୍ଗିଯାଏ। ବେଳେବେଳେ ନିଦରୁ ଉଠିବା ପରେ ସ୍ବପ୍ନ ଆଖି ଆଗରେ ଝଲସୁଥାଏ। ମନକୁ ବାରମ୍ବାର ପ୍ରଶ୍ନ ଆସେ ଏସବୁ ସ୍ବପ୍ନ ଦେଖିବା ଶୁଭ ନା ଅଶୁଭ। ଲୋକେ ଅଧିକାଂଶ ସମୟରେ ସ୍ବପ୍ନରେ ସାପ ଦେଖିଥାନ୍ତି। ସ୍ବପ୍ନଶାସ୍ତ୍ର ଅନୁସାରେ ସ୍ବପ୍ନରେ ସାପ ଦେଖିବା ଶୁଭ ବି ହୋଇପାରେ ଓ ଅଶୁଭ ମଧ୍ୟ ହୋଇପାରେ।

– ଯଦି ସ୍ବପ୍ନରେ ଅନେକ ସାପ ନଜର ଆସେ ତାହେଲେ ଅଶୁଭ। ଏହିଭଳି ସ୍ବପ୍ନ ଦେଖିବା ଭବିଷ୍ୟତରେ ସମସ୍ୟା ଦେଖାଦେବାର ସଂକେତ ଦେଇଥାଏ। ଯଦି ସ୍ବପ୍ନରେ ସାପ ଆପଣଙ୍କ ପିଛା କରୁଥାଏ ଏବଂ ଆପଣ ଡରୁଛନ୍ତି, ଏହାର ଅର୍ଥ ଆପଣ କୌଣସି କଥାକୁ ନେଇ ଭୟଭୀତ। ଏହିଭଳି ସ୍ବପ୍ନ ଦେଖିବା ଅଶୁଭ ବୋଲି କୁହାଯାଏ।

– ସ୍ବପ୍ନଶାସ୍ତ୍ର ହିସାବରେ ସ୍ବପ୍ନରେ କେବଳ ସାପ ଦେଖିବା ଶୁଭ କିମ୍ବା ଅଶୁଭ ନୁହେଁ। କେଉଁ ଭଳି ସାପ ଦେଖିଛନ୍ତି ତା ଉପରେ ନିର୍ଭର କରେ। ଯଦି ସ୍ବପ୍ନରେ ସାପ ଦଂଶନ କରେ ତାହେଲେ ଏହା ଗମ୍ଭୀର ରୋଗର ସଂକେତ। ଏମିତି ସ୍ବପ୍ନ ଦେଖିଲେ ସତର୍କ ହୋଇଯାଆନ୍ତୁ। ଯଦି ସ୍ବପ୍ନରେ ମଲା ସ୍ବପ୍ନ ଦେଖନ୍ତି ତାହେଲେ ଆପଣ ରାହୁ ଦୋଷରୁ ଉତ୍ପନ୍ନ କଷ୍ଟ ଭୋଗୁଛନ୍ତି।

– ସ୍ବପ୍ନରେ ସାପର ଦାନ୍ତ ଦେଖିବା ମଧ୍ୟ ଅଶୁଭ ହୋଇଥାଏ। ଏହାର ଅର୍ଥ ଆପଣଙ୍କୁ କାହାଠାରୁ ଧୋକା ଖାଇପାରନ୍ତି। ଏହା କ୍ଷତି କରିବାର ସଂକେତ ଦେଇଥାଏ। ସ୍ବପ୍ନରେ ସାପ ଓ ନେଉଳର ଲଢେଇ କୌଣସି କୋର୍ଟ କଚେରୀ ମାମଲାରେ ପଡ଼ିବାର ସଂକେତ ଦେଇଥାଏ।

– ସ୍ବପ୍ନରେ ଧଳା କିମ୍ବା ସୁନେଲି ସାପ ଦେଖିବା ଶୁଭ ହୋଇଥାଏ। ଏହାର ଅର୍ଥ ଆପଣଙ୍କ ଭାଗ୍ୟ ବଦଳିବାକୁ ଯାଉଛି। ବାରମ୍ବାର ସାପ ଦେଖିଲେ ପିତୃ ଦୋଷ ଥାଇପାରେ। ଯଦି ସାପ ନିଜ ଗତକୁ ଯାଉଥିବା ଦେଖାଦିଏ ତାହେଲେ ଏହା ହଠାତ ଧନଲାଭର ସଂକେତ ଦେଇଥାଏ। ସାପ ଫଣା ଟେକିଥିଲେ ସମ୍ପତ୍ତି ପ୍ରାପ୍ତି ହୋଇପାରେ।

Show More

Related Articles

Back to top button