Breaking PLUSଓଡ଼ିଶାଖେଳମୁଖ୍ୟ ଖବର

ନିଆରା ଢଙ୍ଗରେ ପୁରୁଷ ହକି ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଓଡ଼ିଶାର ଏହି ଚିତ୍ରଶିଳ୍ପୀ

ଓଡ଼ିଶାର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଯାଇଛି ହକିର ମହାସମର । ବିନାଦର୍ଶକରେ ଖେଳାଯାଉଛି ଜୁନିୟର ପୁରୁଷ ହକି ବିଶ୍ୱକପ-୨୦୨୧ । ୧୬ ଟିମ ମଧ୍ୟରେ ହେବ ଟକ୍କର । ଟର୍ଫ ଉପରେ ଟକ୍କର ଚାଲିଥିବ କିନ୍ତୁ ଷ୍ଟାଡିୟମରେ ରହିବେନି ଦର୍ଶକ । କରୋନା ଯୋଗୁଁ ଏଥର ଷ୍ଟାଡିୟମରେ ବସି ଖେଳ ଦେଖିବାକୁ ଦର୍ଶକଙ୍କୁ ବାରଣ କରାଯାଇଛି ।

ଏହି ଅବସରରେ ନିଆରା ଢଙ୍ଗରେ ପୁରୁଷ ହକି ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଓଡ଼ିଆ ଚିତ୍ରଶିଳ୍ପୀ ପ୍ରିୟଙ୍କା ସାହାଣୀ । ସେ ଅତି ସୁନ୍ଦର ଭାବରେ ନିଜର ଚିତ୍ରକଳା ଜରିଆରେ ହକି ଷ୍ଟିକରେ Junior World Cup, Mens FIH, 2021 ଆଦି ଲେଖି ପୁରୁଷ ହକି ଖେଳାଳି ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

 

Show More

Related Articles

Back to top button