Breaking PLUSଓଡ଼ିଶାମୁଖ୍ୟ ଖବରସ୍ୱାସ୍ଥ୍ୟ

କଟକ ବଡ଼ ମେଡିକାଲକୁ ଯାନବାହନ ପ୍ରବେଶ ଉପରେ ଲାଗିଲା କଟକଣା

କଟକ ଏସସିବି ବଡ଼ ମେଡିକାଲକୁ ଯାନବାହନ ପ୍ରବେଶ ଉପରେ ଲାଗିଲା କଟକଣା । ଉଭୟ ରାଣୀହାଟ ଓ ମଙ୍ଗଳାବାଗ ମୁଖ୍ୟ ଗେଟ ନିକଟରେ ମୁତୟନ ହେଲେ ସିକ୍ୟୁରିଟି । ରୋଗୀଙ୍କ ସୁରକ୍ଷା ଦୃଷ୍ଟିରୁ ଏପରି ପଦକ୍ଷେପ ନିଆଯାଇଥିବା ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି ।

ସୂଚନା ଅନୁଯାୟୀ, ଦିନକୁ ୨୦ ହଜାରରୁ ଊର୍ଦ୍ଧ୍ୱ ଲୋକେ SCB ମେଡ଼ିକାଲ ଆସୁଛନ୍ତି । ସେମାନଙ୍କ ସହ ଗାଡି ମଧ୍ୟ ହସ୍ପିଟାଲ ପରିସର ମଧ୍ୟକୁ ଆସୁଛି । ଯାହାଦ୍ୱାରା ଗହଳି ହେବା ସହ ହର୍ଣ୍ଣ ବାଜିବା ଦ୍ୱାରା ରୋଗୀମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବର୍ତ୍ତମାନ ଏହି କଟକଣା ଲାଗିବା ପରେ ଏସସିବି ପରିସରରେ ଶାନ୍ତି ବଜାୟ ରହିବ । ଏହାସହ ପାର୍କିଂ ପାଇଁ ମେଡିକାଲ ବାହାରେ ମଧ୍ୟ ଆରମ୍ଭ ହୋଇଛି ପ୍ରକ୍ରିୟା । ସେଠାରେ ଗାଡି ରଖି ମେଡିକାଲକୁ ପ୍ରବେଶ କରିହେବ । ସାଧାରଣ ଲୋକେ ଏହାକୁ ମାନିବା ଦରକାର । ତେବେ ଜରୁରୀକାଳୀନ ଅବସ୍ଥାରେ ଗାଡି ଓ ଆମ୍ବୁଲାନ୍ସକୁ ହସ୍ପିଟାଲ ପରିସରକୁ ପ୍ରବେଶ ଥିବା ସ୍ପଷ୍ଟ କରିଛନ୍ତି କର୍ତ୍ତୃପକ୍ଷ ।

Show More

Related Articles

Back to top button