Breaking PLUSଓଡ଼ିଶାବିଧାନସଭାମୁଖ୍ୟ ଖବର

ବିଧାନସଭାରେ ଆଉ ହୋହାଲ୍ଲା କରିପାରିବେନି ବିଧାୟକ

ବିଧାନସଭାରେ ଗୃହ କାର୍ଯ୍ୟ ପରିଚାଳନା ନେଇ ପ୍ରସ୍ତୁତ କରାଯାଇଛି କିଛି ନୂଆ ନିୟମ । ଗୃହରେ ପ୍ରଶ୍ନକାଳ ସମୟରେ ହେଉ କିମ୍ବା ରାଜ୍ୟପାଳଙ୍କ ଅଭିଭାଷଣ ସମୟରେ କୌଣସି ବିଧାୟକ ହୋହାଲ୍ଲା କରିପାରିବେ ନାହିଁ ବୋଲି ବାଚସ୍ପତି ଡ.ସୂର୍ଯ୍ୟନାରାୟଣ ପାତ୍ର ବିଧାୟକମାନଙ୍କୁ ସଚେତନ କରାଇଦେଇଛନ୍ତି । ଗତ ୧୭ ତାରିଖରେ ସିମଲାରେ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସର୍ବଭାରତୀୟ ବାଚସ୍ପତି ସମ୍ମିଳନୀରେ ଏଭଳି ନିଷ୍ପତ୍ତି ହୋଇଥିବା ଡ.ପାତ୍ର ସୂଚନା ଦେଇଛନ୍ତି । ବିଧାନସଭାର ଆସନ୍ତା ଅଧିବେଶନ ଆଗରୁ ହେବାକୁ ଥିବା ସର୍ବଦଳୀୟ ବୈଠକରେ ଏନେଇ ସମସ୍ତଙ୍କୁ ଅବଗତ କରାଯିବ ବୋଲି ସେ କହିଛନ୍ତି ।

ଉଲ୍ଲେଖଯୋଗ୍ୟ, ଡିସେମ୍ବର ପହିଲାରୁ ଆରମ୍ଭ ହେଉଛି ବିଧାନସଭା ଶୀତ ଅଧିବେଶନ । ଏଥିପାଇଁ ଆସନ୍ତା ୨୯ ତାରିଖରେ ସର୍ବଦଳୀୟ ବୈଠକ ହେବ । ଅଧିବେଶନ ପୂର୍ବରୁ ସମସ୍ତ ବିଧାୟକଙ୍କର କରୋନା ଟେଷ୍ଟ କରାଯିବ । କେଉଁ ଦିନ କାହାର ଟେଷ୍ଟ ହେବ ଆସନ୍ତାକାଲି ବିଏମସି ଓ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କ ସହିତ ବୈଠକ ହେବ ।

Show More

Related Articles

Back to top button