Breaking PLUSଓଡ଼ିଶାମୁଖ୍ୟ ଖବର

ତୃତୀୟ ଲହରରେ ରାଜ୍ୟରେ ୪୦ରୁ ୫୦ ହଜାର ସଂକ୍ରମିତ ଚିହ୍ନଟ ହେବେ: ବରିଷ୍ଠ ଚିକିତ୍ସକ ନିରୋଜ ମିଶ୍ର

ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ଚିକିତ୍ସକ ଡ଼. ନିରୋଜ ମିଶ୍ର । ବାହାର ଦେଶରେ ସଂକ୍ରମଣ ବଢୁଥିବା ବେଳେ ଆମ ଦେଶରେ ମଧ୍ୟ ସଂକ୍ରମଣ ବଢିବାର ସମ୍ଭାବନା ରହିଛି ବୋଲି କହିଛନ୍ତି ଡ଼. ନିରୋଜ ମିଶ୍ର । ଡ଼ିସେମ୍ବର ଶେଷ କିମ୍ବା ଜାନୁଆରି ପ୍ରଥମ ସପ୍ତାହରେ ସଂକ୍ରମଣ ବଢିବାର ସମ୍ଭାବନା ରହିଛି ।

ଜାନୁଆରୀ ତୃତୀୟ ସପ୍ତାହ ସୁଦ୍ଧା ପିକ୍ ରେ ପହଞ୍ଚି ପାରେ କରୋନା ସଂକ୍ରମଣ । ଓଡ଼ିଶାରେ ପାଖାପାଖି ୪୦ରୁ ୫୦ ହଜାର ଭିତରେ କେସ ଲୋଡ ରହିପାରେ ବୋଲି ସେ ସୂଚନା ଦେଇଛନ୍ତି ।

ସେ କହିଛନ୍ତି, ଓମିକ୍ରନ ନିଶ୍ଚିତ ଭାବେ ଭାରତରେ ତୃତୀୟ ଲହର ଆଣିବ । ଏଥିରେ କୌଣସି ସନ୍ଦେହ ନାହିଁ । ଯେଉଁ ଭଳି ଏହା ସଂକ୍ରମଣ କରୁଛି ତାହା ଚିନ୍ତାଜନକ । ଦକ୍ଷିଣ ଆଫ୍ରିକା, ୟୁକେ,ଡେନମାର୍କ ଓ ନରୱେ ଏହା କ୍ଷିପ୍ର ଗତିରେ ମାଡୁଛି । ଏହା ସମଗ୍ର ବିଶ୍ୱକୁ ବ୍ୟାପିବ । କେବଳ ଆମ ଦେଶ ନୁହେଁ । କେସ୍ ଲୋଡ୍ ବହୁତ ବଢ଼ିବ । ମାତ୍ର ସିଭିୟରିଟି ହେବ ନାହିଁ, ଯାହା ବର୍ତ୍ତମାନ ସୁଦ୍ଧା ଜଣାପଡୁଛି । ବିଦେଶ ଅନୁପାତରେ ୨୦ରୁ ୨୫ ଲକ୍ଷ କେସ ଦୈନିକ ଆସିବ ଆମ ଦେଶରେ । ଯେଉଁମାନେ ଚିହ୍ନଟ ହେବେ ସମସ୍ତେ ଲକ୍ଷଣବିହୀନ ହିଁ ଚିହ୍ନଟ ହେବେ । ଯେଉଁମାନେ ମାନଙ୍କର ଇମ୍ୟୁନିଟି କମ୍ ରହିଛି ସେମାନଙ୍କ କ୍ଷେତ୍ରରେ ସିଭିୟରିଟି ବଢ଼ିବ । ଆମର ଏଠି ଜାନୁଆରି ମାସରେ ସଂଖ୍ୟା ବଢିବା ଆରମ୍ଭ ହେବ । ଏହା ବହୁତ ଫାଷ୍ଟ ବଢୁଛି । ୩ରୁ ୪ ସପ୍ତାହ ଲାଗୁଛି ପିକରେ ପହଞ୍ଚିବା ପାଇଁ । ଜାନୁଆରି ତୃତୀୟ ସପ୍ତାହରେ ପିକ ନେବା ସହ ଦୈନିକ ୪୦ରୁ ୫୦ ହଜାର ସଂକ୍ରମିତ ଚିହ୍ନଟ ହେବେ । ସେଥିମଧ୍ୟରୁ ଅନେକଙ୍କୁ ଚିହ୍ନଟ କରିବା ବି କଷ୍ଟ ହେବ । ଯେହେତୁ ଲକ୍ଷଣ ବିହୀନ ରହୁଛନ୍ତି ଅନେକ, ଏଣୁ ନିଶ୍ଚିତ ଭାବେ ଗୋଟେ ବଡ଼ ଲହର ଆସିବ । ମାତ୍ର ଏହା ଅଳ୍ପ ଦିନ ପର୍ଯ୍ୟନ୍ତ ରହିବ । ହେଲେ ଏହା ଆମ ସ୍ଵାସ୍ଥ୍ୟ ଭିତ୍ତିଭୂମି ଉପରେ ଚାପ ସୃଷ୍ଟି କରିବ । ଦୁଇଟି ଲହର ଅପେକ୍ଷା ଏହା ବହୁତ ଶୀଘ୍ର ଆସିବ, ଶୀଘ୍ର ପିକ ନେଇ ଶୀଘ୍ର ଶେଷ ହୋଇଯିବ ।

Show More

Related Articles

Back to top button