Breaking PLUSଓଡ଼ିଶାସେଲିବ୍ରିଟି

ଆଶ୍ୱସ୍ତିକର ଖବର: ଭଲ ଅଛନ୍ତି, ସୁସ୍ଥ ହେଉଛନ୍ତି ଅଭିନେତା ମିହିର ଦାସ

ଓଡ଼ିଶା ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ଅଭିନେତା ମିହିର ଦାସଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ଜଣାଯାଇଛି । ସେ ପୂର୍ବାପେକ୍ଷା ଭଲ ଥିବାର ସୂଚନା ମିଳିଛି । ସଭିଙ୍କ ପ୍ରିୟ ଅଭିନେତା ଭଲ ଥିବା ଜାଣି ପ୍ରଶଂସକମାନେ ନିଶ୍ଚିତ ଖୁସି ହେଉଥିବେ ।

ସୂଚନାଯୋଗ୍ୟ, ଓଡ଼ିଆ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ଅଭିନେତା ମିହିର ଦାସ ଅସୁସ୍ଥ ହୋଇଥିବାର ଖବର ଓଡ଼ିଶାବାସୀଙ୍କୁ ବ୍ୟଥିତ କରିଥିଲା । ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପୂର୍ବରୁ ମିହିର ଦାସଙ୍କର କିଡନି ଜନିତ ସମସ୍ୟା ରହିଥିଲା । ବର୍ତ୍ତମାନ ସେ କଟକର ଅଶ୍ୱିନୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ମିହିର ଦାସଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖିଛନ୍ତି ବିଶେଷଜ୍ଞ ଡାକ୍ତରଙ୍କର ଏକ ଟିମ୍ । ତାଙ୍କର ପ୍ରଶଂସକ ଓ ଶୁଭେଚ୍ଛୁମହ‌ଲରେ ମିହିରଙ୍କ ଆଶୁ ଆରୋଗ୍ୟ କାମନା କରାଯାଇଛି ।

Show More

Related Articles

Back to top button