ସ୍ୱାସ୍ଥ୍ୟ

ପେଟ ଯନ୍ତ୍ରଣାକୁ କରନ୍ତୁ ନାହିଁ ଅଣଦେଖା, ହୋଇପାରେ ସାଂଘାତିକ ରୋଗର କାରଣ

ପେଟ ଯନ୍ତ୍ରଣାକୁ ପ୍ରାୟତଃ ଅଣଦେଖା କରାଯାଏ, କିନ୍ତୁ ଏହା ଦୀର୍ଘ ସମୟ ମଧ୍ୟରେ ସାଂଘାତିକ ହୋଇପାରେ । ବିଶେଷଜ୍ଞଙ୍କ ଅନୁଯାୟୀ- ପେଟରେ ଯନ୍ତ୍ରଣା ହେଉଛି ଅନେକ ଗୁରୁତର ରୋଗର ଲକ୍ଷଣ, ସେଥିମଧ୍ୟରୁ ଗୋଟିଏ ହେଉଛି ପେଟର ଅଲସର୍

ଅନେକ ପ୍ରକାରର ଅଲସର୍ ରହିଛି । ସେଥିମଧ୍ୟରୁ ଗୋଟିଏ ପେପ୍ଟିକ୍ ଅଲସର୍ ।
କିପରି ହୋଇଥାଏ ପେପ୍ଟିକ୍ ଅଲସର୍:

ପେପ୍ଟିକ୍ ଅଲସର୍ ବିଷୟରେ ଜାଣିବା ପୂର୍ବରୁ ଅଲସର ବିଷୟରେ ଜାଣିବା ଜରୁରୀ । ଏହା ଏକ ପ୍ରକାର ଘା’, ଯାହା ପେଟ, ଆହାରନଳୀ ଏବଂ ଅନ୍ତନଳୀ ଭିତରର ପୃଷ୍ଠରେ ବିକଶିତ ହୁଏ । ପେପ୍ଟିକ୍ ଅଲସର ଉଭୟ ପେଟ ଏବଂ କ୍ଷୁଦ୍ର ଅନ୍ତନଳୀକୁ ପ୍ରଭାବିତ କରିଥାଏ । ଏଚ୍ ପାଇଲୋରୀ ନାମକ ଜୀବାଣୁ ଯୋଗୁଁ ପେଟ ଭିତରେ ଫୁଲା ଏବଂ ଘା ’ଆରମ୍ଭ ହୋଇଥାଏ । ଏହା ସେତେବେଳେ ହୋଇଥାଏ, ଯେତେବେଳେ ଖାଦ୍ୟରୁ ଆସିଥିବା ଏସିଡ୍ ପେଟ ଏବଂ ଛୋଟ ଅନ୍ତନଳୀକୁ ନଷ୍ଟ କରିବାକୁ ଲାଗିଥାଏ । ଯଦି ଠିକ୍ ସମୟରେ ଚିକିତ୍ସା କରା ନ ଯାଏ, ତେବେ ଏହା କ୍ୟାନ୍ସର ଭଳି ସାଂଘାତିକ ରୋଗର କାରଣ ହୋଇପାରେ ।
କାରଣ:

ଏହାର କାରଣ ହେଉଛି ଅନିୟମିତ ଜୀବନଶୈଳୀ, ଖାଦ୍ୟରେ ଅସାବଧାନତା, ଅତ୍ୟଧିକ ଧୂମପାନ-ମଦ୍ୟପାନ, ଫାଷ୍ଟଫୁଡ୍ ଖାଇବା, ଅଧିକ ଓଜନ, ଅଧିକ ପରିମାଣର ତେଲ-ଘିଅ, ଅତ୍ୟଧିକ ମସଲାଯୁକ୍ତ ଖାଦ୍ୟ ଏବଂ ମାନସିକ ଚାପ ।
ଲକ୍ଷଣ:

– ଭୋକ କମିବା, ପେଟରେ ଜଳିବା ଏବଂ ଫୁଲିବା ।

-ଉପର ପେଟରେ ସାମାନ୍ୟ ଯନ୍ତ୍ରଣା ।

-ଗ୍ୟାସ୍ ଏବଂ ଖଟା ଢକାର ଦେବା ।

– ସକାଳେ ସାମାନ୍ୟ ବାନ୍ତି ।

– ରକ୍ତହୀନତା ଯଥା କମ୍ ହେମୋଗ୍ଲୋବିନ୍

 

ଉପଚାର:

ଜଲନ୍ଧରର SGL ହସ୍ପିଟାଲର ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ବିଶେଷଜ୍ଞ ଡାକ୍ତର ଦିଶା ସିଆଲ କହିଛନ୍ତି ଯେ ଏହାର ଚିକିତ୍ସା ଅଲସରର ଗମ୍ଭୀରତା ଏବଂ ରୋଗୀର ଅବସ୍ଥା ଉପରେ ନିର୍ଭର କରେ। ଏହା ସାଧାରଣତଃ ଖାଦ୍ୟ ଏବଂ ଜୀବନଶୈଳୀ ପରିବର୍ତ୍ତନ, ଔଷଧ ଏବଂ ଏଣ୍ଡୋସ୍କୋପି କୌଶଳରେ ଅସ୍ତ୍ରୋପଚାର କରି ଚିକିତ୍ସା କରାଯାଇଥାଏ ।

ଏହି କାମ କରନ୍ତୁ:

-ଖାଲି ପେଟରେ ରୁହନ୍ତୁ ନାହିଁ, ଜଳଖିଆରେ କଦଳୀ ଏବଂ ଆପଲ୍ ଅନ୍ତର୍ଭୁକ୍ତ କରନ୍ତୁ ।

-ପ୍ରତି ୩-୪ ଘଣ୍ଟାରେ ବାରମ୍ବାର ଅଳ୍ପ ଖାଦ୍ୟ ଖାଆନ୍ତୁ ।

-ପ୍ରଚୁର ପାଣି ପିଅନ୍ତୁ ଏବଂ ନିୟମିତ ଭାବେ ଦହୀ ଖାଆନ୍ତୁ ।

-ଖାଦ୍ୟରେ ଫଳ, ସବୁଜ ପନିପରିବା ଏବଂ ଡ୍ରାଏ ଫୁଡ୍ ଅନ୍ତର୍ଭୂକ୍ତ କରନ୍ତୁ ।

-ମେଦବହୁଳତା ଏବଂ ଏସିଡ୍ ରିଫ୍ଲକ୍ସରୁ ରକ୍ଷା ପାଇବା ପାଇଁ ନିୟମିତ ବ୍ୟାୟାମ କରନ୍ତୁ ।

-ଡାକ୍ତରଙ୍କ ବିନା ପ୍ରେସକ୍ରିପସନରେ ପେନକିଲର୍ ବ୍ୟବହାର କରନ୍ତୁ ନାହିଁ ।

-ଜଙ୍କ ଫୁଡ୍ ଏବଂ ମସଲା ଠାରୁ ଦୂରେଇ ରୁହନ୍ତୁ ।

-ଭୋଜନ ପରେ ନିୟମିତ ଚାଲନ୍ତୁ । ଶୀଘ୍ର ରାତ୍ରି ଭୋଜନ କରନ୍ତୁ ।

Show More

Related Articles

Back to top button