ବାଣିଜ୍ୟ

ଦିପାବଳୀ ଏବଂ ଦଶହରା ଉପଲକ୍ଷେ ଆରମ୍ଭ ହୋଇଛି ‘ବିଗ୍‌ ବଜାର୍ସ ବିଗ୍‌ ସପିଂ ଫେଷ୍ଟିଭାଲ’

ଗ୍ରାହକଙ୍କ ପାଇଁ ରହିଛି ଆକର୍ଷଣୀୟ ଅଫର୍

ଆଗକୁ ଆସୁଛି ଉତ୍ସବ ସିଜିନ୍ । ଏହା ସହିତ ଭାରତର ସବୁଠାରୁ ଲୋକପ୍ରିୟ ହାଇପରମାର୍କେଟ୍ ବ୍ରାଣ୍ଡ, ବିଗ୍ ବଜାର, ଗ୍ରାହକଙ୍କ ପାଇଁ ‘Big Bazaar’s Big Shopping Festival’ ଆରମ୍ଭ କରିଛି । ଏହା ଛଡା ଗ୍ରାହକମାନେ ସେମାନଙ୍କର ସପିଂ ଉଭୟ ଷ୍ଟୋର ଏବଂ ଅନଲାନ୍‌ରେ ବିଗ୍ ବଜାର ଆପ୍ ଏବଂ ଏହାର ଇ-କମର୍ସ ୱେବସାଇଟ୍ shop.bigbazaar.com ମାଧ୍ୟମରେ ଅକ୍ଟୋବର ୧ରୁ ୧୦ ତାରିଖ ମଧ୍ୟରେ ମନ ପସନ୍ଦ ଜିନିଷ କ୍ରୟ କରିପାରିବେ । ଗ୍ରାହକମାନେ ଗୋସୋରୀ, ଘରୋଇ ଉପକରଣ, ସାଜସଜ୍ଜା ଉପକରଣ, ଇଲେକ୍ଟ୍ରୋନିକ୍ସ ଉପକରଣ ଉପରେ ଉତ୍ତମ ଅଫର ଏବଂ ବଡ ସଞ୍ଚୟ ପାଇପାରି​ବେ । Fbb ର ଟ୍ରେଣ୍ଡିଂ ଫେସନ୍‌ ଉଭୟ ଷ୍ଟୋର ଏବଂ ଅନଲାଇନ୍‌​‌ରେ ଗ୍ରାହକଙ୍କ ପାଇଁ ଉପଲବ୍ଧ ହୋଇଛି । ଏହା ସହିତ ବିଗ୍ ବଜାର ଅନ୍‌ଲାଇନ ମାଧ୍ୟମରେ ଆପଣମାନେ ଯେକୌଣସି ଉତ୍ସବ ଉପକରଣ ଘରେ ବସି ମାତ୍ର ୨ ଘଣ୍ଟା ମଧ୍ୟରେ ପାଇପାରିବେ ।

ଏହା ସହିତ ବିଗ୍‌ ସପିଂ ଫେଷ୍ଟିଭାଲ ଗ୍ରାହକମାନଙ୍କୁ ଆକର୍ଷଣୀୟ ଅଫର ଦେଉଛି । ସମସ୍ତ ପ୍ୟାଣ୍ଟ୍ରି ଏବଂ ଉତ୍ସବର ଅତ୍ୟାବଶ୍ୟକ ସାମଗ୍ରୀର ଏକ ପାୱାର୍ ପ୍ୟାକ୍ ବଣ୍ଡଲ ପ୍ରସ୍ତୁତ କରିଛି ।

-୧୦ ହଜାର ଟଙ୍କାର ସପିଂ କଲେ ଗ୍ରାହଙ୍କୁ ମାଗଣାରେ ଅଟା, ଡାଲି, ଚାଉଳ, ଘିଅ, ଚିନି ଏବଂ ୧୦୦୦ ଟଙ୍କରେ ଫେସନ ମାଗଣାରେ ମିଳିବ

-୬ ହଜାର ଟଙ୍କାର ସପିଂ ଉପରେ ଘିଅ, ଚିନି ଏବଂ ୫୦୦ ଟଙ୍କାର ଫେସନ ମିଳିବ ।

-୩ ହଜାର ଟଙ୍କାର ସପିଂ ଉପରେ ଚାଉଳ ଏବଂ ୨୫୦ ଟଙ୍କାର ଫେସନ ମିଳିବ ।

ଏହା ଛଡା ଆହୁରି ଅନେକ ଅଫର ଗ୍ରାହକଙ୍କ ପାଇଁ ଆଣି ଦେଇଛି ବିଗ୍‌ ବଜାର

-୪୩(୧୦୯ସେମି) ଫୁଲ୍‌ HD LED TV ଯାହାର ଦାମ ୪୪୯୯୦ ଟଙ୍କା, ଏହି ଉତ୍ସବରେ ମିଳୁଛି ମାତ୍ର ୧୬୯୯୯ ଟଙ୍କାରେ ।

-ରୋଷେଇ ଉପକରଣ କମ୍ବୋ (ଗ୍ୟାସ୍‌ ଷ୍ଟୋଭ୍‌, ନନ୍‌ ଷ୍ଟିକ୍‌ କୁକ୍‌ଓ୍ବାର ଏବଂ ପ୍ରେସର କୁକର୍‌) ଯାହାର ଦାମ ୧୨୦୭୫ ଟଙ୍କା ଏବେ ତାହା ୬୪୯୯ ଟଙ୍କାରେ ମିଳୁଛି ।

-ନାମୀଦାମୀ ଲଗେଜ୍‌ ଉପରେ ୭୦ ପ୍ରତିଶତ ଯାଏଁ ଛାଡ

-ଗୋଟିଏ ବେଡ୍‌ସିଟ୍‌ ନେଲେ ଗୋଟିଏ ମାଗଣା

-ଫେସନ ଉପରେ ଗୋଟିଏରେ ଗୋଟିଏ ଫ୍ରି

ଏହି କାର୍ଯ୍ୟକ୍ରମକୁ ନେଇ ଫ୍ୟୁଚର ଗ୍ରୁପ୍ ଡିଜିଟାଲ, ମାର୍କେଟିଂ ଏବଂ ଇ-ବାଣିଜ୍ୟର ସିଇଓ ପୱନ ସାର୍ଦା କହିଛନ୍ତି ଯେ “ଭାରତୀୟ ଭାବରେ ଫେଷ୍ଟିଭାଲ୍ ଆମ ଜୀବନର ଏକ ବଡ଼ ଅଂଶ ଏବଂ ଦଶହରା ଓ ଦିପାବଳୀ ହେଉଛି ୨ଟି ବଡ ଉତ୍ସବ ଯାହାକୁ ସମସ୍ତେ ଉତ୍ସାହର ସହିତ ଅପେକ୍ଷା କରଥାନ୍ତି । ବିଗ୍ ବଜାର ବିଗ୍ ସପିଂ ଫେଷ୍ଟିଭାଲ୍ ଆମର ଗ୍ରାହକଙ୍କ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହେବାର ଏକ ଉତ୍ତମ ସୁଯୋଗ । ଏହି ବର୍ଷ ଆମର ଗ୍ରାହକମାନଙ୍କ ପାଇଁ ସବୁଠାରୁ ବଡ ଅଫର ରହିଛି – ଚାଉଳ, ମଇଦା, ଡାଲି, ଘିଅ, ଚିନି ଭଳି ମାଗଣା ମୌଳିକ ଅତ୍ୟାବଶ୍ୟକ ସାମଗ୍ରୀ ମିଳୁଛି । ବିଗ୍ ବଜାର ସହିତ ଗ୍ରାହକଙ୍କ ଅଭିଜ୍ଞତାକୁ ଏକ ପୁରସ୍କାରପ୍ରଦ ଏବଂ ପୂରଣ କରିବାକୁ ଆମେ ଆଶା କରୁଛୁ।

Show More

Related Articles

Back to top button