ସ୍ୱାସ୍ଥ୍ୟ

ମଧୁମେହ ରୋଗକୁ ନିୟନ୍ତ୍ରଣ କରିବା ପାଇଁ ସେବନ କରନ୍ତୁ କଲରା ଓ ପାଳଙ୍ଗ ଜୁସ

ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ

ଗତ କିଛି ବର୍ଷ ହେଲା ମଧୁମେହ ରୋଗ ସାରା ବିଶ୍ୱରେ ଗୋଟିଏ ସାଧାରଣ ରୋଗ ଭାବରେ ବଢି ଚାଲିଛି l ଏହି ରୋଗ ଗୋଟିଏ ଉଇ ଭଳି ଧୀରେ ଧୀରେ ଶରୀରର ଭିତର ଅଂଶକୁ କ୍ଷତି ଘଟାଇବାରେ ଲାଗିଥାଏ l ଏହି ରୋଗର ଠିକ ସମୟରେ ଚିକିତ୍ସା ନ କରାଗଲେ ଦୃଷ୍ଟିହୀନ ହେବ ସହିତ କିଡ୍ନୀ ଖରାପ ହେବାର ମଧ୍ୟ ସମ୍ଭାବନା ରହିଥାଏ l ଏହି ରୋଗ ସେତେବେ ମଣିଷ ଶରୀରରେ ଉତ୍ପତି ହୋଇଥାଏ ଯେତେବେଳେ ଶରୀର ନିଜ ଭିତର ଗ୍ଲୁକଜକୁ ରକ୍ତରେ ମିଶାଇ ପରେ ନାହିଁ lପାଳଙ୍ଗ ଓ କଲରାର ରସ ପିଇ ମଧୁମେହକୁ କାବୁ କରନ୍ତୁ -ପାଳଙ୍ଗ ଓ କଲରା ଜୁସ ଅତ୍ୟନ୍ତ ପିତା ହୋଇଥାଏ ଓ ଏହାକୁ ପିଇଲେ ଏହାର ସ୍ୱାଦ ଖୁବ ଖରାପ ଲାଗିଥାଏ l କିନ୍ତୁ ଯଦି ଆପଣ ସେଥିରେ କିଛି ଲେମ୍ବୁ ରସ ଓ ଗୋଲମରିଚ ଗୁଣ୍ଡ ମିଶାଇ ଦେବେ ତେବେ ଏହାର ସ୍ୱାଦ ଭଲ ଲାଗିବ ଏବଂ ଆପଣ ଏହାକୁ ଆରାମରେ ପିଇ ପାରିବେl

ପାଳଙ୍ଗ ଓ କଲରା ଜୁସ ବନାଇବା ପାଇଁ ପ୍ରଥମେ ପାଳଙ୍ଗର କିଛି ପତ୍ରକୁ ଛୋଟ ଛୋଟ କରି କାଟି ଦିଅନ୍ତୁ l ଜୁସ ବନାଇବା ପାଇଁ ଲେମ୍ବୁ ,ଗୋଲ ମରିଚ ଓ ଖଣ୍ଡିଆ ଅଦା ମିଶାଇ ଗ୍ରାଇଣ୍ଡିଙ୍ଗ କରନ୍ତୁ l ଯେତେବେଳେ ଆପଣ ଜାଣିବେ ଏହି ସମସ୍ତ ସାମଗ୍ରୀ ଭଲରେ ମିଶି ଯାଇଛି ତେବେ ଗ୍ଲାସରେ ଢାଳି ପିଅନ୍ତୁ lବିଶେଷଜ୍ଞ ମାନେ କହିଛନ୍ତି ଯେ କଲରା ଓ ପାଳଙ୍ଗ ଜୁସ ପିଇବା ଦ୍ୱାରା ମଧୁମେହ ନିୟନ୍ତ୍ରିତ ହୋଇଥାଏ l କଲରା ଖାଇବା ଦ୍ୱାରା ଶରୀରରେ ରସାଇନୀକ ପ୍ରତିକ୍ରିୟା ସୃଷ୍ଟି ହୋଇଥାଏ ,ଯାହା ରକ୍ତରେ ଗ୍ଲୁକଜର ସ୍ତରକୁ କମ କରିବା ସହିତ ଇନ୍ସୁଲିନକୁ ନିୟନ୍ତ୍ରିତ କରିଥାଏ l ପାଳଙ୍ଗ ମଧ୍ୟ ଯେତେ ଗୁଡିଏ ମୁଖ୍ୟ ପାରିବ ରହିଛି ସେମାନଙ୍କ ଭିତରୁ ଗୋଟିଏ l ଯାହା ମଧୁମେହର ବିପଦକୁ ଦୁରେଇ ଦେଇଥାଏ l

Show More

Related Articles

Back to top button