ଦେଶ ବିଦେଶମନୋରଞ୍ଜନ

ଆଉ ଏକ ହଲିଉଡ୍‌ ସିନେମାରେ ପ୍ରିୟଙ୍କା

ଅଭିନେତ୍ରୀ ପ୍ରିୟଙ୍କା ଚୋପ୍‌ଡା ହିନ୍ଦୀ ସିନେମାରୁ ଦୂରେଇ ଯାଉଥିବା ଭଳି ମନେ ହେଉଛି। ତାଙ୍କର ଆଉ ଏକ ହଲିଉଡ୍‌ ସିନେମା ଘୋଷଣା ହୋଇଛି

୫ଥର ଗ୍ରାମି ପୁରସ୍କାର ବିଜେତା ସେଲିନ ଡିୟୋନଙ୍କ ଅପୋଜିଟ୍‌ରେ ନଜରକୁ ଆସିବେ ପ୍ରିୟଙ୍କା । ଏହି ଫିଲ୍ମର ନାମ ‘ଟେକ୍ସଟ ଫର୍‌ ୟୁ’ । ୨୦୧୬ରେ ରିଲିଜ୍‌ ହୋଇଥିବା ଜର୍ମାନୀ ଫିଲ୍ମ ‘ଏମ୍‌ଏମ୍‌ଏସ୍‌ ଫର୍‌ ଡିଶ୍‌’ରୁ ପ୍ରେରିତ ବୋଲି କୁହାଯାଉଛି । ଏହାର ନିର୍ଦ୍ଦେଶନା ଦେବେ ଜିମ୍‌ ଷ୍ଟ୍ରସ୍‌ । ଫିଲ୍ମର କାହାଣୀ ଜଣେ ମହିଳାଙ୍କ ଉପରେ ଆଧାରିତ ଯିଏ ଅଚାନକ ତାଙ୍କ ପାର୍ଟନରଙ୍କୁ ହରାଉଛନ୍ତି । ନିଜ ଦୁଃଖ ଲାଘବ କରିବା ପାଇଁ ତାଙ୍କ ପୁରୁଣା ଫୋନ୍‌ ନମ୍ବରରେ କିଛି ରୋମାଣ୍ଟିକ୍‌ ମେସେଜ୍‌ ପଠାଇବା ଆରମ୍ଭ କରିଦେଇଛି ।

ଇତିମଧ୍ୟରେ ପୁରୁଣା ନମ୍ବର ଅନ୍ୟ ଜଣେ ବ୍ୟକ୍ତିଙ୍କୁ ମିଳିସାରିଛି । ସେ ବ୍ୟକ୍ତି ଜଣକ ବି କିଛି ସମସ୍ୟା ଦେଇ ଗତି କରୁଥିବେ । ଏପରିସ୍ଥଳେ ଉଭୟ ପରସ୍ପରର ପରିସ୍ଥିତି ବୁଝି ଦେଖା ହେବ ଆରମ୍ଭ କରିଦେବେ । ପ୍ରିୟଙ୍କା ଟ୍ୱିଟରରେ ଲେଖିଛନ୍ତି, ‘ସ୍ୟାମ୍‌ ହୁ୍ୟଗନ୍‌, ଜିମ୍‌ ଷ୍ଟ୍ରସ୍‌, ସେଲିନ ଡିୟୋନଙ୍କ ଭଳି କଳାକାରଙ୍କ ସହ ଫିଲ୍ମ କରିବାକୁ ନେଇ ଉତ୍ସାହିତ । ଏହା ମୋ ପାଇଁ ସମ୍ମାନର କଥା ।’ ଏଥିସହ ପ୍ରିୟଙ୍କା ଆମାଜନ୍‌ ପ୍ରାଇମ୍‌ ସହ ସିଟାଡେଲ୍‌, ସଙ୍ଗୀତ ଓ ଜେକଫ ଉପରେ କାମ କରୁଛନ୍ତି । କିଛିଦିନ ପୂର୍ବେ ପ୍ରିୟଙ୍କା ଫିଲ୍ମ ‘ଦ ହ୍ୱାଇଟ୍‌ ଟାଇଗର୍‌’ର ଫର୍ଷ୍ଟ ଲୁକ୍‌ ଜାରି କରିଥିଲେ।

Show More

Related Articles

Back to top button