
ଚେନ୍ନାଇ ପକ୍ଷରୁ ପ୍ରଥମରୁ ଦୃଢ ବ୍ୟାଟିଂ ଦେଖିବାକୁ ମିଳିଥିଲା ରୁତୁରାଜ ଗାଏକୱାଡ ୫୩ ବଲରେ ୭୨ ରନ୍ କରିଥିବା ବେଳେ ଅମ୍ବାତି ରାୟୁଡୁ ୨୦ ବଲରେ ୩୮ ରନ୍ କରିଥିଲେ । ସେହିପରି ଶେଷରେ ରବିନ୍ଦ୍ର ଜାଡେଜାଙ୍କ ମାତ୍ର ୧୧ ବଲରେ ୩୧ ରନ୍ କରି ଚେନ୍ନାଇକୁ ଏହି ବିଜୟ ଦେଇଥିଲେ । ଅନ୍ୟପଟେ କୋଲକାତା ପକ୍ଷରୁ ବରୁଣ ଚକ୍ରବର୍ତ୍ତୀ ଓ ପ୍ୟାଟ୍ କମିନ୍ସ ୨-୨ଟି ୱିକେଟ ହାସଲ କରିଥିବା ବେଳେ ଅନ୍ୟ ୪ ଜଣ ବୋଲର କୌଣସି ୱିକେଟ ନେବାରେ ସକ୍ଷମ ହୋଇ ନଥିଲେ । ଏହି ମ୍ୟାଚରେ କୋଲକାତାର ପରାଜୟ ଫଳରେ ଚଳିତ ସିଜିନ୍ରେ ପ୍ରଥମ ଦଳ ଭାବେ ମୁମ୍ବାଇ ପ୍ଳେ ଅଫରେ ପହଞ୍ଚିଛି।
ପୂର୍ବରୁ ଚେନ୍ନାଇ ଟସ ଜିତି କୋଲକାତାକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିବା ପରେ ଦଳର ଦୁଇ ଓପନର ଶୁଭମନ ଗିଲ ଓ ନୀତିଶ ରାଣା ଆରମ୍ଭରୁ ଦଳ ପାଇଁ ଏକ ମଜବୁତ ମୂଳଦୂଆ ରଖିଥିଲେ । ଶୁଭମନ ୨୬ରନରେ ଆଉଟ ହେବା ପରେ ବି ନୀତିଶ ରାଣା ନିଜର ବିସ୍ଫୋରକ ବ୍ୟାଟିଂ ଜାରି ରଖିଥିଲେ । ଗୋଟିଏ ପଟେ ଦଳର ଅନ୍ୟ ବ୍ୟାଟ୍ସମ୍ୟାନମାନେ ନିୟମିତ ବ୍ୟବଧାନରେ ଆଉଟ ହେଉଥିବାବେଳେ ନୀତିଶ ନିଜର ବ୍ୟାଟିଂ ଜାରି ରଖିଥିଲେ । ସେ ୬୧ଟି ବଲ ଖେଳି ୪ ଛକା ଓ ୧୦ ଚୌକା ବଳରେ ୮୭ ରନ କରିଥିଲେ । ଫଳରେ କୋଲକାତା ଦଳ ନିର୍ଦ୍ଧାରିତ ୨୦ ଓଭରରେ ୧୭୨ ରନ କରିଥିଲା ।