ଜୀବନଚର୍ଯ୍ୟାସ୍ୱାସ୍ଥ୍ୟ

ବଢୁଥିବା ୟୁରିକ ଏସିଡକୁ କମାଇବା ପାଇଁ ବ୍ୟବହାର କରନ୍ତୁ ଅଧା ଚାମଚ ବେକିଙ୍ଗ ସୋଢା

ଶରୀରରେ ଯେକୌଣସି ଜିନିଷର ଅଧିକ ହେବ ଓ କମ ହେବ ଶରୀର ପାଇଁ କ୍ଷତିକାରକ ହୋଇଥାଏ l ଏହିଥିରୁ ଗୋଟିଏ ସମସ୍ୟା ହେଲା ଶରୀରରେ ୟୁରିକ ଏସିଡର ବଢିବା ,ଖାସ କଥାଟି ଏହା ଯେ ୟୁରିକ ଏସିଡ ଅଧିକ ସମୟ ପର୍ଯ୍ୟନ୍ତ ଶରୀରରେ ରହିବା ଠିକ ନୁହେଁ ଏବଂ ସମୟ ଥାଉ ଥାଉ ଏହାକୁ ନିୟନ୍ତ୍ରଣ କରିବା ଉଚିତ l ଡାକ୍ତରଙ୍କ ଔଷଧ ବ୍ୟତୀତ ଆପଣ ଚାହିଁଲେ କିଛି ଘରୋଇ ଉପାୟରେ ଏହି ସମସ୍ୟାରୁ ନିଜକୁ ଦୁରେଇ ରଖି ପାରିବେ l ଏହି ଘରୋଇ ଉପଚାର ମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ବେକିଙ୍ଗ ସୋଢା

ବହୁତ କମ ଲୋକ ଜାଣିଛନ୍ତି ଯେ ବଢିଥିବା ୟୁରିକ ଏସିଡକୁ ବେକିଙ୍ଗ ସୋଢା କଣ୍ଟ୍ରୋଲ କରିବାରେ ସାହାଯ୍ୟ କରିଥାଏ l ସେଥିପାଇଁ ଆପଣଙ୍କୁ ଏହାକୁ ପିଇବାର ଉପାୟ ଓ ମାତ୍ରା ବିଷୟରେ ଜାଣି ରଖିବା ଉଚିତ l

* ବେକିଙ୍ଗ ସୋଢା ୟୁରିକ ଏସିଡକୁ କରେ କମ -ଖାଦ୍ୟ ପଦାର୍ଥର ଅନେକ ଜିନିଷକୁ ପ୍ରସ୍ତୁତ କରିବା ପାଇଁ ବେକିଙ୍ଗ ସୋଢାର ବ୍ୟବହାର ହୋଇଥାଏ l କିନ୍ତୁ ବହୁତ କମ ଲୋକ ଜାଣିଥିବେ ଯେ ବଢିଥିବା ୟୁରିକ ଏସିଡକୁ ନିୟନ୍ତ୍ରଣ କରିବାରେ ବେକିଙ୍ଗ ସୋଢା ଲାଭ ଦାୟକ ଅଟେ l ବେକିଙ୍ଗ ସୋଢା ୟୁରିକ ଏସିଡର କ୍ରିଷ୍ଟାଲକୁ ଭାଙ୍ଗିବା ସହିତ ରକ୍ତରେ ମିସାଇବାରେ ସାହାଯ୍ୟ କରେ l

* ଏହି ପ୍ରକାରରେ କରନ୍ତୁ ବେକିଙ୍ଗ ସୋଢାର ବ୍ୟବହାର -ଗୋଟିଏ ଗ୍ଲାସରେ ପିଇବା ପାଣି ନେଇ ଏଥିରେ ଅଧା ଚାମଚ ବେକିଙ୍ଗ ସୋଢା ମିଶାଇ ପିଅନ୍ତୁ l ଏହାକୁ ଆପଣ ଦିନର ଯେକୌଣସି ସମୟରେ ମଧ୍ୟ ପିଇ ପାରିବେ ,କିନ୍ତୁ ସକାଳ ସମୟରେ ପିଇବା ଅଧିକ ଲାଭ ଦାୟକ l ଦୁଇ ସପ୍ତାହ ପିଇବା ପରେ ଆପଣ ନିଜର ୟୁରିକ ଏସିଡ ମାତ୍ରାକୁ ପରୀକ୍ଷାକରି ଦେଖି ପାରିବେ କିଛିଟା ଫରକ ପଡିଥିବା l

* ବେକିଙ୍ଗ ସୋଢା ସେବନ କରିବା ଦ୍ୱାରା ଅନ୍ୟ ରୋଗରୁ ମଧ୍ୟ ଆରମ ମିଳିଥାଏ –

* ଏସିଡ଼ିଟିର ସମସ୍ୟା ଦୂର ହୁଏ -ଯଦି ଆପଣଙ୍କର ଏସିଡ଼ିଟି ହେଉଛି ଓ ଖାଦ୍ୟ ହଜମ ହେଉ ନାହିଁ ତେବେ ଆପଣ ପାଣିରେ ବେକିଙ୍ଗ ସୋଢା ଗୋଳାଇ ପିଇଲେ ଏସିଡ଼ିଟି ସମସ୍ୟା ଦୂର ହେବ l

* ୟୁରିନି ଇନଫେକ୍ସନ- ଯଦି ଆପଣଙ୍କୁ ପରିସ୍ରା ବାରମ୍ବାର ଲାଗୁଛି କିମ୍ବା କୌଣସି ପ୍ରକାର ଇନଫେକ୍ସନ ହୋଇଥିବାର ଅନୁଭବ କରୁଛନ୍ତି ତେବେ ବେକିଙ୍ଗ ସୋଢାକୁ ପାଣିରେ ମିଶାଇ ପିଅନ୍ତୁ l ଏହା ଆପଣଙ୍କ ପାଇଁ ଲାଭଦାୟକ ହେବ l

* ଗଳାରେ ଦରଜ -ଯଦି ଯେକୌଣସି ଇନଫେକ୍ସନ କାରଣରୁ ଆପଣଙ୍କ ଗଳାରେ ଯନ୍ତ୍ରଣା ଅନୁଭବ କରିବା ସହିତ ଦରଜ ଅନୁଭବ କରୁଛନ୍ତି,ତେବେ ଗରମ ପାଣିରେ ବେକିଙ୍ଗ ସୋଢା ପକାଇ ଗଳଗଅଳ କରନ୍ତୁ l ତା ସହିତ ସାଧାରଣ ପାଣିରେ ବେକିଙ୍ଗ ସୋଢା ପକାଇ ତାହାକୁ ଦିନକୁ ଦୁଇଥର ପିଅନ୍ତୁ l ଏପରି କରିବା ଦ୍ୱାରା ଗଳା ଯନ୍ତ୍ରଣା ଦୂର ହେବ l

Show More

Related Articles

Back to top button