ଓଡ଼ିଶାସ୍ୱତନ୍ତ୍ର

ଢେଙ୍କାନାଳ ପ୍ରସିଦ୍ଧ ମଗଜି ଲଡ଼ୁକୁ ଜିଆଇ ଟ୍ୟାଗ୍ ମାନ୍ୟତା

ଢେଙ୍କାନାଳ ପ୍ରସିଦ୍ଧ ମଗଜି ଲଡ଼ୁକୁ ମିଳିବ ଜିଆଇ ଟ୍ୟାଗ୍ ମାନ୍ୟତା । ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକର ଏହି ଲଡୁ ପ୍ରସିଦ୍ଧ ହୋଇଥିଲାବେଳେ ଏହାକୁ ଜିଆଇ ଟ୍ୟାଗ ଦେବାକୁ ପ୍ରାଥମିକ ପରୀକ୍ଷଣ ଓ ନିରୂପଣ ଶେଷ ହୋଇଛି ।

୨୦୨୦ ଡିସେମ୍ବରରେ ଓୟୁଏଟି ପକ୍ଷରୁ ଆବଶ୍ୟକ ଦସ୍ତାବିଜ ସହ ଏହି ଲଡ଼ୁକୁ ଜିଆଇ ଟ୍ୟାଗ୍ ପାଇଁ ଆବେଦନ କରାଯାଇଥିଲା । ଯାହାକି ସଫଳ ହେବାକୁ ଯାଉଛି । ଜିଓଗ୍ରାଫିକାଲ ଇଣ୍ଡିକେସନର ପକ୍ଷରୁ ଏନେଇ ଗ୍ରୀନ ସିଗନାଲ୍ ମିଳିଛି । ଏଥିପାଇଁ ଆସନ୍ତା ୬ ତାରିଖରେ ପରାମର୍ଶଦାତା କମିଟି ବୈଠକ ବସିବ । ପରୀକ୍ଷଣକୁ ନେଇ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ କୌଣସି ଆପତ୍ତି, ଅଭିଯୋଗ ନ ଆସିଲେ ଜିଆଇ ଟ୍ୟାଗ୍ ପ୍ରଦାନ କରାଯିବ ।

ସୂଚନାଯୋଗ୍ୟ,ଏକ ଶତାଦ୍ଦୀରୁ ଉର୍ଦ୍ଧ୍ୱ ସମୟ ଧରି ମଗଜି ଲଡ଼ୁ ପ୍ରସ୍ତୁତ ହେବାର ପ୍ରମାଣ ରହିଛି । ମଇଁଷି କ୍ଷୀର ଛେନାରୁ ଏହାକୁ ଭିନ୍ନ ଶୈଳାରେ ପ୍ରସ୍ତୁତ କରାଯାଇଥାଏ । ଏହା ଦେଖିବାକୁ ସୁନ୍ଦର ହୋଇଥିଲାବେଳେ ସୁସ୍ୱାଦୁକର ମଧ୍ୟ ହୋଇଥାଏ ।

 

Show More

Related Articles

Back to top button