Breaking PLUSଦେଶମୁଖ୍ୟ ଖବର

ସର୍ବବ୍ୟାପୀ, ସର୍ବସ୍ପର୍ଶୀ, ଗୁଣାତ୍ମକ ଶିକ୍ଷା ଏବଂ ଉତ୍ତର ଦାୟିତ୍ୱ ହେଉଛି ଜାତୀୟ ଶିକ୍ଷା ନୀତିର ମୂଳ ଆଧାର

ଜି- ୨୦ ବୈଠକରେ ମତ ରଖିଲେ ଧର୍ମେନ୍ଦ୍ର ପ୍ରଧାନ

ସର୍ବବ୍ୟାପୀ, ସର୍ବସ୍ପର୍ଶୀ, ଗୁଣାତ୍ମକ ଶିକ୍ଷା ଓ ଉତ୍ତର ଦାୟିତ୍ୱ ଜାତୀୟ ଶିକ୍ଷା ନୀତିର ମୂଳ ଆଧାର ବୋଲି ଗୁରୁବାର ବାଲି ଠାରେ ଆୟୋଜିତ ‘ଜି-୨୦ ଶିକ୍ଷା ମନ୍ତ୍ରୀ ମାନଙ୍କ ବୈଠକ’ରେ ଯୋଗ ଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ଶିକ୍ଷା ମାଧ୍ୟମରେ ଜି- ୨୦ ରାଷ୍ଟ୍ର ସମୂହର ଥିବା ସମସ୍ୟାକୁ ମିଳିତ ଭାବେ ସମାଧାନ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଆହ୍ୱାନ କରିଛନ୍ତି । ସ୍ଥାୟୀ ବିକାଶ ଲକ୍ଷ୍ୟ ୪(ଏମସଡ଼ିଜି -୪) ୨୦୩୦ ଲକ୍ଷ୍ୟକୁ ପୂରଣ କରିବାରେ ଭାରତ ପ୍ରାଥମିକତା ଦେଇ ଆସୁଛି । ଭାରତ ଆଜୀବନ ଶିକ୍ଷା ସୁଯୋଗ ପ୍ରଦାନ କରିବା ସହ ଜି-୨୦ର ଦୂରଦୃଷ୍ଟିକୁ ପୂରଣ କରିବା ପାଇଁ କାର୍ଯ୍ୟ କରୁଅଛି । ଜାତୀୟ ଶିକ୍ଷା ନୀତି କ୍ରିୟାନ୍ୱୟନ ମାଧ୍ୟମରେ ସ୍ଥାୟୀ, ସମାବେଶୀ ଶିକ୍ଷା ଓ ଦକ୍ଷତା ବିକାଶ ଗଠନ କରିବା ସହ ଶିକ୍ଷଣର ସୃଜନଶୀଳ ଦକ୍ଷତାକୁ ପୂରଣ କରିବା ଦିଗରେ କାର୍ଯ୍ୟ କରୁଅଛି । ଭାରତରେ ଭର୍ଚ୍ଚୁଆଲ ସ୍କୁଲ କାର୍ଯ୍ୟକ୍ଷମ କରାଯାଇଥିବା ବେଳେ ଡିଜିଟାଲ ବିଶ୍ୱବିଦ୍ୟାଳୟ ସ୍ଥାପନାର କାର୍ଯ୍ୟ ଜାରି ରହିଛି ।

ଆଗାମୀ ଦିନରେ ଭାରତୀୟ ଭାଷାରେ ଶିକ୍ଷା ଆଧାରିତ ୨୬୦ରୁ ଉର୍ଦ୍ଧ୍ୱ ଟିଭି ଚ୍ୟାନେଲ୍ ସ୍ଥାପନା କରିବା ପାଇଁ ଯାଉଛି । ଏକବିଂଶ ଶତାବ୍ଦୀର ଦକ୍ଷତାକୁ ପୂରଣ କରିବା ପାଇଁ ଜି- ୨୦ ସମୂହ ରାଷ୍ଟ୍ରଙ୍କ ସହ ମିଶି ଭାରତ ଶିକ୍ଷା ବ୍ୟବସ୍ଥା ସୁଦୃଢ଼ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ଏହାବ୍ୟତିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୟୁଏଇର ଶିକ୍ଷା ମନ୍ତ୍ରୀ ଡା. ଅହମ୍ମଦ ବେଲହୋଲ ଅଲ୍ ଫଲାସୀ ଏବଂ ସିଙ୍ଗାପୁରର ଶିକ୍ଷା ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ଼. ମହମ୍ମଦ ଓ ସାଉଦି ଆରବର ଶିକ୍ଷା ମନ୍ତ୍ରୀ ହମ୍ମଦ ବିନ୍ ମହମ୍ମଦ ଅଲ ସେକଙ୍କ ସହ ଦ୍ୱିପାକ୍ଷିକ ବୈଠକରେ ଯୋଗ ଦେଇଛନ୍ତି । ଏହି ତିନି ଦେଶର ଶିକ୍ଷା ମନ୍ତ୍ରୀଙ୍କ ସହ ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କକୁ ବଢ଼ାଇବା ଦିଗରେ ଆଲୋଚନା ହୋଇଛି ।

Show More

Related Articles

Back to top button