Breaking PLUSଦେଶମୁଖ୍ୟ ଖବର

ମୁମ୍ବାଇ ପରେ ଏବେ ମେଘାଳୟରେ ଆତଙ୍କବାଦୀ ଆକ୍ରମଣ ନେଇ ସୂଚନା

ଦେଶରେ ବିଭିନ୍ନ ରାଜ୍ୟରେ ଆତଙ୍କବାଦୀ ଆକ୍ରମଣ ନେଇ ସବୁବେଳେ ଭୟ ରହିଛି। ଦିଲ୍ଲୀ, ମୁମ୍ବାଇ ଓ ଚଣ୍ଡିଗଡ଼ର ମୋହାଲିକୁ ପୂର୍ବରୁ ଆତଙ୍କୀ ଆକ୍ରମଣର ଧମକ ମିଳିସାରିଥିବା ବେଳେ ବେଳେ ମେଘାଳୟରେ ଆତଙ୍କୀ ଆକ୍ରମଣ ନେଇ ସତର୍କ ସୂଚନା ମିଳିଛି।

ବାଂଲାଦେଶ ସୀମା ନିକଟସ୍ଥ ଅଞ୍ଚଳଗୁଡ଼ିକ ଉପରେ ନଜର ରଖିବାକୁ କୁହାଯାଇଛି ବୋଲି ଗୁରୁବାର ମେଘାଳୟ ଡିଜିପି ଏଲ୍‌ଆର୍ ବିଷ୍ଣୋଇ ସୂଚନା ଦେଇଛନ୍ତି। ଘଟଣା ସମ୍ପର୍କରେ ସୂଚନା ଦେଇ ଶ୍ରୀ ବିଷ୍ଣୋଇ ସାମ୍ବାଦିକମାନଙ୍କୁ କହିଛନ୍ତି “ ଜିହାଦୀମାନଙ୍କର ଆକ୍ରମଣ ଖବର ମିଳିବା ପରେ ଆମେ ସତର୍କ ରହିଛୁ। ବିଶେଷ କରି ବାଂଲାଦେଶକୁ ଲାଗିଥିବା ସୀମାନ୍ତ ଅଞ୍ଚଳରେ ନଜର ରଖିବା ଆମ ପାଇଁ ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ।” ସୀମା ନିକଟରେ ଆତଙ୍କବାଦୀଙ୍କ ଗିତିବିଧି ଉପରେ କଡ଼ା ନଜର ରଖାଯାଇଛି ବୋଲି ସେ ସୂଚନା ଦେଇଛନ୍ତି। ଏହା ପୂର୍ବରୁ ପଞ୍ଚାବର ଚଣ୍ଡିଗଡ଼ ଓ ମୋହାଲିରେ ଆତଙ୍କୀ ଆକ୍ରମଣ ହେବା ନେଇ ସତର୍କ ସୂଚନା ମିଳିଥିଲା।

ଗୁଇନ୍ଦା ବିଭାଗ ସୂଚିତ କରିବା ପରେ ସତର୍କ ହୋଇଥିଲା ପଞ୍ଜାବ ଓ ହରିୟାଣା ସରକାର। ସେହିପରି ଅଗଷ୍ଟ ୨୦ ତାରିଖରେ ମୁମ୍ବାଇକୁ ମଧ୍ୟ ଆତଙ୍କବାଦୀ ଧମକ ମିଳିଥିଲା। ୨୬/୧୧ ଭଳି ପୁଣିଥରେ ଆକ୍ରମଣ ହେବ ବୋଲି ମୁମ୍ବାଇ ପୁଲିସ ଟ୍ରାଫିକ୍ କଣ୍ଟ୍ରୋଲ୍ର ହ୍ୱାଟ୍ସଆପ୍‌ ନମ୍ବରକୁ ଏକ ଚେତବନୀପୂର୍ଣ୍ଣ ମେସେଜ୍ ଆସିଥିଲା। ଏକ ପାକିସ୍ତାନ ନମ୍ବରରୁ ଏହି ଧମକପୂର୍ଣ୍ଣ ମେସେଜ୍ ଆସିଥିଲା। ଭାରତରେ ରହି ୬ ଜଣ ଭୟଙ୍କର ଆକ୍ରମଣର ଯୋଜନା କରୁଥିବା ମେସେଜ୍‌ରେ କୁହାଯାଇଛି।

Show More

Related Articles

Back to top button