Breaking PLUSଦେଶମୁଖ୍ୟ ଖବର

ଢାକାର ବାୟୁ ଗୁଣବତ୍ତା ସବୁଠୁ ଖରାପ

ଢାକା- ଦୁନିଆର ଖରାପ ବାୟୁ ଗୁଣବତ୍ତା ସହର ତାଲିକାର ପୁଣି ଥରେ ଶୀର୍ଷରେ ରହିଛି ଢାକା । ଗୁରୁବାର ସକାଳ 9ଟାରେ ଏହାର ଏକ୍ୟୁଆଇ ସ୍କୋର 289 ରହିଛି । ବାୟୁ ଗୁଣବତ୍ତା ସୂଚକାଙ୍କ ମୁତାବିକ ଢାକାରେ ବହୁତ ଖରାପ ବାୟୁ ଗୁଣବତ୍ତା କାରଣରୁ ଲୋକଙ୍କ ଠାରୁ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଛି । ଦୀର୍ଘ ସମୟରୁ ବାୟୁ ପ୍ରଦୂଷଣ ସହିତ ଜୁଝୁଥିବା ଢାକାରେ ଶୀତଦିନେ ସ୍ଥିତି ବେଶୀ ଖରାପ ହୋଇଯାଇଥାଏ । ଏବଂ ବର୍ଷା ଦିନ ସାମାନ୍ୟ ସୁଧାର ଆସିଥାଏ ।
ଢାକାର ଗଣମାଧ୍ୟମ ଅନୁସାରେ ବାୟୁ ଗୁଣବତ୍ତା ସୂଚକାଙ୍କରେ ଢାକା ସହରର ବାୟୁ ଗୁଣବତ୍ତା ସବୁଠୁ ଖରାପ ରେକର୍ଡ ହୋଇଛ । ଦ୍ୱିତୀୟ ଦେଶ ପାକିସ୍ତାନର ଲାହୋର ଦ୍ୱିତୀୟ ଓ ଭାରତର ଦ୍ୱିଲ୍ଲୀ ତୃତୀୟ ଓ କୋଲକାତାର ଚତୁର୍ଥ ସ୍ଥାନରେ ରହିଛି । ଲାହୋରର ଏକ୍ୟୁଆଇ ସ୍କୋର 234 , ଦିଲ୍ଲୀର 224 ଓ କୋଲକାତାର 190 ରେକର୍ଡ ହୋଇଛି ।

Show More

Related Articles

Back to top button