Breaking PLUSଦେଶ ବିଦେଶମୁଖ୍ୟ ଖବର

DGCAଙ୍କ କଡ଼ା ନିର୍ଦ୍ଦେଶ, ମୁହଁରେ ମାସ୍କ ପିନ୍ଧୁନଥିବା ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇ ଦିଅ

ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ବୁଧବାର ଯଦି କୌଣସି ଯାତ୍ରୀ ବାରମ୍ବାର ଚେତାବନୀ ସତ୍ତ୍ୱେ ଫେସମାସ୍କ ପିନ୍ଧୁ ନାହାନ୍ତି ତେବେ ତାଙ୍କୁ ବିମାନରୁ ଓହ୍ଲାଇ ଦିଆଯିବା ଦରକାର ବୋଲି କହିଛନ୍ତି। ଏ ନେଇ ଡିଜିସିଏ ଏକ ସର୍କୁଲାର ଜାରି କରିଥିବା ବେଳେ ବିମାନ ବନ୍ଦର ସଞ୍ଚାଳକଙ୍କୁ ଏଥିଲାଗି ସ୍ଥାନୀୟ ପୋଲିସ ଓ ସୁରକ୍ଷା ଏଜେନ୍ସୀଙ୍କ ସହାୟତା ନେବା ଦରକାର ଯେପରି ବିନା ଫେସ୍‌ ମାସ୍କ ରେ ବୁଲୁଥିବା ଲୋକଙ୍କୁ ଜରିମନା କରାଯାଇ ପାରିବ ବୋଲି କହିଛନ୍ତି।

ଦିଲ୍ଲୀ ହାଇକୋର୍ଟଙ୍କ ଜୁନ ୩ ଆଦେଶ ପରେ ଡିଜିସିଏ ଏହି ସର୍କୁଲାର ଜାରି କରିଛନ୍ତି। ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ଗତ ଶୁକ୍ରବାର ବିମାନ ବନ୍ଦର ଓ ବିମାନରେ ମାସ୍କ ଲଗାଇବା ଓ ହାତ ଧୋଇବା ସମ୍ପର୍କିତ ନିୟମ ନେଇ ନିର୍ଦ୍ଦେଶ ଦେଇଥିଲେ। ଏଥିରେ ଏହି ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ କହିଥିଲେ। କୋର୍ଟ କହିଥିଲେ ଯେ ଦେଶରେ ଏବେବି କୋଭିଡ-୧୯ ମହାମାରୀ ସମାପ୍ତ ହୋଇ ନାହିଁ ଓ ରହି ରହି ମୁଣ୍ଡ ଉଠାଉଛି।

ଏଣୁ ଏଥିପ୍ରତି ସମସ୍ତଙ୍କୁ ସତର୍କ ହେବା ଜରୁରି। କୋର୍ଟ କହିଥିଲେ ଯେ କୋଭିଡ-୧୯ରୁ ସୁରକ୍ଷା ଲାଗି ଥିବା ନିୟମର ଉଲ୍ଲଂଘନକାରୀଙ୍କ ବିରୋଧରେ କେବଳ ମୋକଦ୍ଦମା ରୁଜୁ ନୁହେଁ ସେମାନଙ୍କୁ ଜରିମନା ମଧ୍ୟ କରାଯିବା ଦରକାର। ଏପରି ଲୋକଙ୍କୁ ନୋ-ଫ୍ଲାଇ ସୂଚୀରେ ପକାଇ ଦିଆଯିବା ଦରକାର ବୋଲି କହିଥିଲେ। ଏ ବାବଦେ ଡିଜିସିଏ ବୁଧବାର ଜାରି କରିଥିବା ସର୍କୁଲାର ରେ ଅସ୍ୱଭାବିକ ପରିସ୍ଥିତିରେ ଓ ଅନୁମତିରେ ମୁହଁରୁ ଫେସ୍ ମାସ୍କ ହଟା ଯାଇପାରିବ। ଯଦି କୌଣସି ଯାତ୍ରୀଙ୍କୁ ଅତିରିକ୍ତ ଫେସମାସ୍କର ଆବଶ୍ୟକତା ପଡୁଛି ତେବେ ଏୟାରଲାଇନ ପ୍ରଦାନର ବ୍ୟବସ୍ଥା କରନ୍ତୁ ବୋଲି ନିର୍ଦ୍ଦେଶ ଦେଇଛନ୍ତି।

Show More

Related Articles

Back to top button