Breaking PLUSଦେଶ ବିଦେଶମୁଖ୍ୟ ଖବର

ମହାରାଷ୍ଟ୍ରରେ ବହୁମାତ୍ରାରେ ବଢ଼ିଲା କରୋନା ସଂକ୍ରମଣ

କେବଳ ମୁମ୍ୱାଇରୁ ଚିହ୍ନଟ ହେଲା ୧୭୬୫ଟି ନୂଆ ମାମଲା

ମହାରାଷ୍ଟ୍ରରେ ବୁଧବାର ପୁଣି ବହୁମାତ୍ରାରେ କରୋନା ସଂକ୍ରମଣରେ ବଢ଼ିଥିବା ଦେଖାଯାଇଛି। ସେଠାରେ ବୁଧବାର ୨ ହଜାର ୭୦୧ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଯାହାଫଳରେ ରାଜ୍ୟରେ ସକ୍ରିୟ କରୋନା ମାମଲା ମୋଟ୍ ୯ ହଜାର ୮୦୬ରେ ପହଞ୍ଚିଛି। ରାଜ୍ୟରେ ଚିହ୍ନଟ ହୋଇଥିବା ୨ ହଜାର ୭୦୧ଟି ମାମଲାରୁ ୧ହଜାର ୭୬୫ଟି ମାମଲା ମୁମ୍ୱାଇରୁ ଚିହ୍ନଟ ହୋଇଛି। ଏହାଛଡ଼ା ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ କରୋନାରେ କାହାରି ମୃତ୍ୟୁ ହୋଇନାହିଁ ଏହା ସହିତ ୧,୩୨୭ ଜଣ ରୋଗୀ ସୁସ୍ଥ ହୋଇଛନ୍ତି। ଫଳରେ କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୭୭ ଲକ୍ଷ ୪୧ ହଜାର ୧୪୩ରେ ପହଞ୍ଚିଛି। ରାଜ୍ୟରେ ସୁସ୍ଥତା ହାର ୯୮.୦ରେ ରହିଥିବା ବେଳେ ମୃତ୍ୟୁ ହାର ୧.୮୭ରେ ରହିଛି।

ଏହା ପୂର୍ବରୁ ମଙ୍ଗଳବାର ମହାରାଷ୍ଟ୍ରରେ ୧,୮୮୧ଟି ନୂଆ କରୋନା ମାମଲା ଚିହ୍ନଟ ହୋଇଥିଲା ଯାହାକି ପୂର୍ବ ଦିନ ମାନଙ୍କ ତୁଳନାରେ ୮୧ ପ୍ରତିଶତ ଅଧିକ ରହିଛି। ମୁମ୍ୱାଇରେ ମଙ୍ଗଳବାର ୧,୨୪୨ଟି କରୋନା ମାମଲା ଚିହ୍ନଟ ହୋଇଥିଲା। ସେହିପରି ମଙ୍ଗଳବାର ମହାରାଷ୍ଟ୍ରରେ ୫ଟି ଓମିକ୍ରନ ମାମଲା ଚିହ୍ନଟ ହୋଇଛି । ବୁଧବାର ସ୍ୱାସ୍ଥ୍ୟ ବିଭାଗ ଜାରି କରିଥିବା ସୂଚନା ଅନୁସାରେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା କରୋନାରେ ୭୮ ଲକ୍ଷ ୯୬ ହଜାର ୧୧୪ଜଣ ପ୍ରଭାବିତ ହୋଇଛନ୍ତି। ସେହିପରି କରୋନାରେ ବର୍ତ୍ତମାନ ସୁଦ୍ଧା ୧ଲକ୍ଷ ୪୭ ହଜାର ୮୬୬ ଜଣଙ୍କର ମୃତ୍ୟୁ ହୋଇଛି। ଏହା ମଧ୍ୟରେ ରାଜ୍ୟରେ ଆଉ ୮୭୮ଜଣ ସଂକ୍ରମିତ କରୋନାକୁ ମାତ୍‌ ଦେଇଛନ୍ତି। ଏହା ସହିତ ରାଜ୍ୟରେ ସୁସ୍ଥବ୍ୟକ୍ତିଙ୍କ ସଂଖ୍ୟା ୭୭,୩୯, ୮୧୬ ହୋଇଯାଇଛି। ରାଜ୍ୟରେ ସୁସ୍ଥତା ହାର ୯୮.୦୨ ପ୍ରତିଶତରେ ପହଞ୍ଚିଥିବା ବେଳେ ମୃତ୍ୟୁ ହାର ୧.୮୭ ପ୍ରତିଶତରେ ରହିଛି ।

Show More

Related Articles

Back to top button