ଆଇନ କାନୁନଓଡ଼ିଶାଦେଶପୂଜା ପାର୍ବଣମୁଖ୍ୟ ଖବରସ୍ୱତନ୍ତ୍ର

ପଞ୍ଚୁକରେ ବାବା ଧବଳେଶ୍ୱରଙ୍କୁ ଭର୍ଚୁଆଲରେ ଦର୍ଶନ କରିବେ ଭକ୍ତ

କଟକ: ପଞ୍ଚୁକରେ ବାବା ଧବଳେଶ୍ୱରଙ୍କୁ ଭର୍ଚୁଆଲରେ ଦର୍ଶନ କରିବେ ଭକ୍ତମାନେ । ଝୁଲାପୋଲ ଦୁର୍ବଳ ଥିବାରୁ ପ୍ରଶାସନ ୧୪୪ ଧାରା ଧାରି କରିବା ସହ ଧବଳେଶ୍ୱର ପୀଠକୁ ଭକ୍ତ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି । କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି ଆଜି ଧବଳେଶ୍ଵର ପୀଠ ପରିଦର୍ଶନ କରି ବିଭାଗୀୟ ଅଧିକାରୀ ମାନଙ୍କ ସହ ଆଲୋଚନା କରିବା ସହ ଝୁଲାପୋଲକୁ ବୁଲି ଦେଖିଛନ୍ତି। ଗୁଜୁରାଟର ମର୍ବି ଠାରେ ଝୁଲା ପୋଲ ଦୁର୍ଘଟଣା ଗ୍ରସ୍ତ ହେବାପରେ ଧବଳେଶ୍ଵରଙ୍କ ଝୁଲାପୋଲର ସ୍ଥିତି ଅନୁଧ୍ୟାନ କରିଥିଲେ ବିଶେଷଜ୍ଞ ଦଳ। ଝୁଲାପୋଲ ଅସୁରକ୍ଷିତ ହୋଇଥିବାରୁ ପଞ୍ଚୁକ ଓ ବଡ଼ଓଷା ପ୍ରଶାସନ ପକ୍ଷରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ୧୪୪ଧାରା ଜାରି କରାଯାଇଛି। ପଞ୍ଚୁକରେ ଶ୍ରଦ୍ଧାଳୁ ମାନେ ଭର୍ଚୁଆଲରେ ବାବାଙ୍କୁ ଦର୍ଶନ କରି ପାରିବେ ବୋଲି ଜିଲ୍ଲାପାଳ କହିଛନ୍ତି। ଧବଳେଶ୍ଵର ପୀଠ ପରିଦର୍ଶନ ସମୟରେ ଜିଲ୍ଲାପାଳଙ୍କ ସହ ଆଠଗଡ଼ର ସମସ୍ତ ବିଭାଗୀୟ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ।

 

Show More

Related Articles

Back to top button