ଦେଶ ବିଦେଶମୁଖ୍ୟ ଖବରସ୍ୱାସ୍ଥ୍ୟ

ପାକିସ୍ତାନରେ ବୃଦ୍ଧି ପାଉଛି ପୋଲିଓ ରୋଗ: ଭାରତ ଉପରେ ଏହି ଭୂତାଣୁ ବ୍ୟାପିବାର ସମ୍ଭାବନା

ନୂଆଦିଲ୍ଲୀ: ଚୀନ୍‌କୁ ବାଦ୍‌ ଦେଲେ ସାରା ବିଶ୍ୱରୁ ପ୍ରାୟ କରୋନା ମହାମାରୀର ପ୍ରଭାବ କମ୍‌ ହୋଇଗଲାଣି। ଏପରି ସମୟରେ କରୋନାଠାରୁ ୪ ଗୁଣ ଛୋଟ ପୋଲିଓ ଭୂତାଣୁ ଚୀନ୍‌ର ବନ୍ଧୁରାଷ୍ଟ୍ର ପାକିସ୍ତାନ ପାଇଁ ନୂଆ ବିପଦ ସୃଷ୍ଟି କରିଛି। ଏହି ଭୂତାଣୁ କରୋନାଠାରୁ ୪ ଗୁଣ ଅଧିକ ସଂକ୍ରାମକ। ମନୁଷ୍ୟ ପ୍ରାୟ ହଜାରେ ବର୍ଷ ହେଲା ଏହି ଭୂତାଣୁ ବିରୋଧରେ ଯୁଦ୍ଧ ଲଢୁଛି। ଆଫଗାନିସ୍ତାନରେ ଗୃହଯୁଦ୍ଧ ଏବଂ ପାକିସ୍ତାନରେ ବନ୍ୟା ଯୋଗୁଁ ଉଭୟ ଦେଶରେ ପୋଲିଓ ମାମଲା ବୃଦ୍ଧି ପାଇଛି। ଏଥିପାଇଁ ଭାରତ ଉପରେ ଭୂତାଣୁ ଆକ୍ରମଣର ସମ୍ଭାବନା ବୃଦ୍ଧି ପାଇଛି। ଆତଙ୍କବାଦୀ ପଠାଇ ଭାରତରେ ଅସ୍ଥିରତା ସୃଷ୍ଟି କରିବାକୁ ଉଦ୍ୟମ କରୁଥିବା ପାକିସ୍ତାନ ସୀମାକୁ ଲାଗି ରହିଥିବା ରାଜସ୍ଥାନରେ ଏହି ଭୂତାଣୁ ବ୍ୟାପିବାର ସମ୍ଭାବନା ରହିଛି। ଏବେ ପୁଣିଥରେ ଆମେରିକା, ୟୁରୋପଠାରୁ ନେଇ ଭାରତ ପର୍ଯ୍ୟନ୍ତ ପୋଲିଓ ବିପଦ ବଢ଼ିବାରେ ଲାଗିଛି। ଏହି ଭୂତାଣୁ ମିଳିବା ପରେ ନ୍ୟୁୟର୍କରେ ଜରୁରୀକାଳୀନ ସ୍ଥିତି ଘୋଷଣା କରାଯାଇଥିଲା। ଅନ୍ୟପକ୍ଷରେ, କରୋନା ଭୂତାଣୁ ପୁଣି ଚୀନ୍‌ରେ ବିପର୍ଯ୍ୟୟ ସୃଷ୍ଟି କରିଛି। କରୋନା ସଂକ୍ରମଣ ଆରମ୍ଭ ହୋଇଥିବା ଉହାନ ସହିତ ଅନେକ ସହରକୁ ଲକ୍‌ଡାଉନ କରିଦିଆଯାଇଛି। ସୋମବାର ସାଂଘାଇର ଡିଜ୍‌ନୀଲାଣ୍ଡକୁ ଅଚାନକ ବନ୍ଦ କରାଯାଇଛି। ଜନ୍ ହପକିନ୍ସ ୟୁନିଭର୍ସିଟି ଅନୁଯାୟୀ ସାଂଘାଇରୁ ଗତ ୨୮ ଦିନରେ ୯୭ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ଏବଂ ୫୯୫ ସଂକ୍ରମିତ ପ୍ରାଣ ହରାଇଛନ୍ତି। ଏହି ସମୟରେ ସାରା ଦେଶରୁ ୧, ୭୮, ୧୭୮ ବ୍ୟକ୍ତି କରୋନାରେ ସଂକ୍ରମିତ ହୋଇଛନ୍ତି। କରୋନା କଟକଣାକୁ କଡାକଡି କରାଯାଉଛି। ଲୋକଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ ଦିଆଯାଉଛି। ତେବେ ସେମାନଙ୍କୁ ଖାଦ୍ୟପଦାର୍ଥ ପ୍ରଦାନ କରାଯାଉନାହିଁ। ଲୋକେ ଏହି କଟକଣାକୁ ନିଆରା ଉପାୟ ଅବଲମ୍ବନ କରୁଛନ୍ତି।

Show More

Related Articles

Back to top button