ଓଡ଼ିଶାମୁଖ୍ୟ ଖବର

ସକାଳ ୭ରୁ ରାତି ୯ ଯାଏଁ କାଳିଆ ଦର୍ଶନ କରିପାରିବେ ଭକ୍ତ

ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥା ବୈଠକର ନିଷ୍ପତ୍ତି ଆଧାରରେ ଜାରି ହୋଇଥିବା ଏସଓପି ଅନୁଯାୟୀ, ଏଣିକି ସପ୍ତାହକୁ ୬ ଦିନ କାଳିଆ ଦର୍ଶନ କରିବେ ଭକ୍ତ ଏହାସହ ସାନିଟାଇଜ୍ ପାଇଁ କେବଳ ରବିବାରକୁ ଛାଡିଦେଲେ ଅନ୍ୟ ସବୁଦିନ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ଖୋଲାରହିବ ।

ଏହି ନିୟମ ଆସନ୍ତା ୧୩ ତାରିଖରୁ ଶ୍ରୀମନ୍ଦିରରେ ପାଳନ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟପଟେ ଆସନ୍ତା ଗଣେଶ ପୂଜା ଦିନ ଶୁକ୍ରବାର ଥିଲେ ମଧ୍ୟ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରହିବ । ତା ପର ଦୁଇ ଦିନ ଅର୍ଥାତ ଶନିବାର ଓ ରବିବାର ମଧ୍ୟ ପୂର୍ବ ନିୟମ ଆଧାରରେ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରହିବ । ଏହାପରଠାରୁ ଶ୍ରୀମନ୍ଦିରରେ ନୂଆ ଏସଓପି ଲାଗୁ କରାଯିବ । ୧୩ ତାରିଖ ପରଠାରୁ ପ୍ରତି ରବିବାର କେବଳ ଶ୍ରୀମନ୍ଦିର ବନ୍ଦ ରହିବ । ଅନ୍ୟପଟେ ଶ୍ରୀମନ୍ଦିରରେ ଦର୍ଶନ ଅବଧି ମଧ୍ୟ ଭକ୍ତଙ୍କ ପାଇଁ ବଢାଇ ଦିଆଯାଇଛି । ଏଣିକି ସକାଳ ୭ଟାରୁ ସନ୍ଧ୍ୟା ୭ଟା ବଦଳରେ ରାତି ୯ଟା ଯାଏଁ କାଳିଆ ଦର୍ଶନ କରିପାରିବେ ଭକ୍ତ । ସଂକ୍ରମଣ କମୁଥିବା ଦେଖି ଦର୍ଶନ ଅବଧିକୁ ଆହୁରି ୨ ଘଣ୍ଟା ବଢାଇଦିଆଯାଇଛି ।

 

Show More

Related Articles

Back to top button