ବଲିଉଡ

ସ୍ଲିମ୍ ଲୁକରେ କମେଡି କୁଇନ୍ ଭାରତୀ ସିଂ

ସ୍ଲିମ୍ ଲୁକରେ ନଜର ଆସିଛନ୍ତି କମେଡି କୁଇନ୍ ଭାରତୀ ସିଂ । ଫ୍ୟାଟରୁ ହୋଇଯାଇଛନ୍ତି ଫିଟ୍ । ନିଜର ୧୫ କିଲୋ ଓଜନ କମାଇ ବେଶ୍ ଚର୍ଚ୍ଚାରେ ଅଛନ୍ତି ଭାରତୀ । ନିକଟରେ ଭାରତୀ ସିଂହ କପିଲ ଶର୍ମା ଶୋ’ରେ ନିଜେ ନିଜର ଓଜନ କମାଇଥିବା କଥା କହିଛନ୍ତି ।  ସେ ପ୍ରଥମେ ୯୧ କିଲୋ ଥିଲେ କିନ୍ତୁ ଏବେ ତାଙ୍କ ଓଜନ କମି ୭୬ କିଲୋରେ ପହଞ୍ଚିଛି । ତାଙ୍କର ଏହି ଓଜନ କମାଇବା ରାଜ୍‌ ହେଉଛି ତାଙ୍କ ଡାଇଟିଂ। ଖାଦ୍ୟପେୟରେ ପରିବର୍ତ୍ତନ କରି ସେ ଏଭଳି ପତଳା ହୋଇଥିବା କଥା କହିଛନ୍ତି । ଏବେ ସେ ନିଜକୁ ଫିଟ୍‌ ଏବଂ ସୁସ୍ଥ ଅନୁଭବ କରୁଛନ୍ତି । ପୂର୍ବରୁ ଭାରତୀଙ୍କ ଆସ୍ଥମା ଏବଂ ଡାଇବେଟିସ ସମସ୍ୟା ଥିଲା ଯାହା ଏବେ ନିୟନ୍ତ୍ରଣରେ ରହିଛି । ୩୦-୩୨ ବର୍ଷ ଯାଏଁ ବହୁତ ଖାଇଛି । ଏବେ ବର୍ଷେ ଧରି ସେ ନିଜ ଶରୀର ପାଇଁ ସମୟ ଦେଇଛନ୍ତି । ନଜକୁ ପତଳା ଦେଖି ବହୁତ ଖୁସି ଲାଗୁଛି । ନିଜ ଉପରେ ଗର୍ବ ଅନୁଭବ ହେଉଛି ବୋଲି ଭାରତୀ କହିଛନ୍ତି ।

ସେପଟେ ସ୍ୱାମୀ ହର୍ଷ ଲିମ୍ବାଚିଆ ମଧ୍ୟ ଭାରତୀଙ୍କ ନୂଆ ଟ୍ରାନ୍ସଫର୍‌ମେସନକୁ ଦେଖି ଖୁସି ଅଛନ୍ତି । ସେ ଭାରତୀଙ୍କ ମୋଟା ଗାଲକୁ ମିସ୍‌ କରୁଥିବା କଥା କହିଛନ୍ତି । ସେ କହିଛନ୍ତି ଭାରତୀ ନିଜ ଡାଇଟିଂ ପାଇଁ ବେଳେ ବେଳେ ତାଙ୍କ ସହ ଡିନର ଡେଟ୍‌ରେ ଯିବା ପାଇଁ ମଧ୍ୟ ମନା କରି ଦିଅନ୍ତି ।

 

Show More

Related Articles

Back to top button