Breaking PLUSଓଡ଼ିଶାବିଧାନସଭା

ଆଜି ମଧ୍ୟ ଗୃହରେ ବିରୋଧୀଙ୍କ ହଟ୍ଟଗୋଳ

ଆଜି ମଧ୍ୟ ଗୃହରେ ଚାଲି ପାରିଲା ନାହିଁ ପ୍ରଶ୍ନକାଳ । ଆଜି ମୌସୁମୀ ଅଧିବେଶନର ଅନ୍ତିମ ଦିନ ଥିଲେ ମଧ୍ୟ ଗୃହ କାର୍ଯ୍ୟ ଆରମ୍ଭରୁ ବିରୋଧୀ ନାରାବାଜି ଓ ହଟ୍ଟଗୋଳ କରିବା ଫଳରେ ବାଚସ୍ପତି ଦିନ ସାଢ଼େ ୧୧ଟା ଯାଏ ଗୃହକୁ ମୁଲତବି ଘୋଷଣା କରିଛନ୍ତି । ଆଜି ଗୃହରେ ଖଣି ଦୁର୍ନୀତି ଓ ବିଧାନସଭା ଆଗରେ ଆତ୍ମହତ୍ୟା ଉଦ୍ୟମ କରି ମୃତ୍ୟୁବରଣ କରିଥିବା କୁଜଙ୍ଗ ଅଞ୍ଚଳର ଦୁଷ୍ମନ୍ତ ଦାସଙ୍କ ପ୍ରସଙ୍ଗ ଉଠାଇଥିଲା ବିଜେପି । ଯେଉଁଥିପାଇଁ ବିଜେପି ସଦସ୍ୟ ଗୃହରେ ପ୍ରବଳ ହୋହାଲ୍ଲା କରିଥିଲେ । ତେଣୁ ଗୃହରେ ପ୍ରଶ୍ନକାଳ ଚାଲି ପାରିଲା ନାହିଁ ।

ଗତକାଲି ଖଣି ଦୁର୍ନୀତି ପ୍ରସଙ୍ଗରେ ଆଲୋଚନା ପାଇଁ ବାଚସ୍ପତି ସହମତି ଦେଇ ନଥିବା ଅଭିଯୋଗରେ ଗୃହରେ ହଟ୍ଟଗୋଳ କରିବା ସହିତ ବାଚସ୍ପତିଙ୍କ ଚାମ୍ବର ଘେରାଉ କରିଥିଲେ ବିରୋଧୀ । ଫଳରେ ଗୃହ ବାରମ୍ବାର ମୁଲତବି ହୋଇଥିଲା । ଆଜି ବିଧାନସଭା ଚଳିତ ମୌସୁମୀ ଅଧିବେଶନର ଶେଷ ଦିବସ ହୋଇଥିଲେ ବି ଗୃହରେ ଗତ କାଲିର ସ୍ଥିତି ଉପୁଜିଛି ।

 

Show More

Related Articles

Back to top button