ଦେଶସ୍ୱାସ୍ଥ୍ୟ

ରାଜଧାନୀରେ ଡେଙ୍ଗୁ ଆତଙ୍କ,ସପ୍ତାହରେ ୨୯୫ କେସ ଚିହ୍ନଟ

ରାଜଧାନୀରେ ଡେଙ୍ଗୁ ଆତଙ୍କ । ଦିଲ୍ଲୀରେ ବୃଦ୍ଧି ପାଇବାରେ ଲାଗିଛି ଡେଙ୍ଗୁ ମାମଲା । ଅକ୍ଟୋବର ମାସରେ ୧୨୩୮ ରୋଗୀ ଏବଂ ସେପ୍ଟେମ୍ବର ମାସରେ ୬୯୩ ମାମଲା ରେକର୍ଡ କରାଯାଇଥିବାବେଳେ ସପ୍ତାହରେ ଚିହ୍ନଟ ହେଲେଣି ୨୯୫ କେସ ।

ଚଳିତବର୍ଷ ଏବେ ପର୍ଯ୍ୟନ୍ତ ୨୪୭୦ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇ ସାରିଛନ୍ତି । ତେବେ ଏଥିରେ କୌଣସି ପ୍ରାଣହାନୀ ହୋଇନାହିଁ । କିନ୍ତୁ ଏବେ ସାରା ରାଜ୍ୟରେ ଚିନ୍ତାର ବିଷୟ ପାଲଟିଛି ବଢୁଥିବା ସଂକ୍ରମଣ ।ଦିଲ୍ଲୀ ନଗର ନିଗମ ଦ୍ୱାରା ଏ ନେଇ ଏକ ରିପୋର୍ଟ ମଧ୍ୟ ଜାରି କରାଯାଇଛି

ଜାରି ହୋଇଥିବା ଏହି ରିପୋର୍ଟ ଅନୁସାରେ, ଅକ୍ଟୋବର ୧୯ ତାରିଖ ପର୍ଯ୍ୟନ୍ତ ଡେଙ୍ଗୁ ସଂକ୍ରମଣ ସଂଖ୍ୟା ୧,୮୭୬ରେ ରହିଥିଲା । ତେବେ ଜାନୁୟାରୀ ମାସରେ ଡେଙ୍ଗୁର ୨୩ ମାମଲା, ଫେବୃୟାରୀରେ ୧୬, ମାର୍ଚ୍ଚରେ ୨୨ ରୋଗୀ ଚିହ୍ନଟ ହୋଇଥିବା ବେଳେ ଏପ୍ରିଲରେ ୨୦ ଏବଂ ୩୦ ଜଣ ରୋଗୀ ମେ ମାସରେ ଚିହ୍ନଟ ହୋଇଛନ୍ତି । ସେହିପରି ଜୁନ ମାସରେ ଏହି ସଂଖ୍ୟା ୩୨ରେ ପହଞ୍ଚିଥିବା ବେଳେ ଜୁଲାଇରେ ୨୬ ଏବଂ ଅଗଷ୍ଟରେ ୭୫ ଜଣ ଡେଙ୍ଗୁ ସଂକ୍ରମିତ ଚିହ୍ନଟ ହୋଇଥିବା ରେକର୍ଡ ହୋଇଛି ।

 

Show More

Related Articles

Back to top button