ଓଡ଼ିଶାଜୀବନଚର୍ଯ୍ୟାଦୁର୍ଘଟଣାଦେଶମୁଖ୍ୟ ଖବର

ଭାରସାମ୍ୟ ହରାଇ ବାଇକ୍ ଗଛରେ ପିଟି ହୋଇ ଦୁଇ ଜଣଙ୍କ ମୃତ୍ୟୁ

କରଞ୍ଜିଆ : ଘରୁ ବେଶ ହସଖୁସିରେ ସାଙ୍ଗ ହୋଇ ବାଇକରେ କିଛି କାମରେ ବାହାରି ଥିଲେ। ହେଲେ ଅଧା ବାଟରେ ଚାହିଁ ବସିଥିଲା ଯମ। ଦୁର୍ଘଟଣା ନେଇଗଲା ସେମାନଙ୍କ ଜୀବନ। ଭାରସାମ୍ୟ ହରାଇ ବାଇକ୍ ଗଛରେ ପିଟି ହେବାରୁ ଏଥିରେ ବସିଥିବା ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଆଜି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ୫୩ ନମ୍ବର ରାଜ୍ୟ ରାଜପଥ ପାଟବିଲ ନିକଟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି। ଦୁଇ ମୃତକ ନିକଟସ୍ଥ ବିଶିପୁର ବୁରୁସାହିର ଅର୍ଜୁନ ସରେନ ଏବଂ ଶ୍ୟାମ ମୁର୍ମୁ। ଦୁହେଁ ଶ୍ରମିକ ଭାବେ କାମ କରନ୍ତି। ସୂଚନାନୁସାରେ, ଅପରାହ୍ନରେ ଦୁହେଁ ଏକ ବାଇକ ଯୋଗେ ବିଶିପୁରରୁ କରଞ୍ଜିଆକୁ କୌଣସି କାମରେ ଯାଉଥିଲେ। ବାଟରେ ବାଇକ୍ ଦୁର୍ଘଟଣା ହେବା ପରେ ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ପ୍ରଥମେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ। ତେବେ ଚିକିତ୍ସା ଚାଲିଥିବା ବେଳେ ଉଭୟଙ୍କ ମୃତ୍ୟୁ ହୋଇଥିବା ସୂଚନାମିଳିଛି। ଏହିଭଳି ଏକ ଦୁଃଖଦ ଘଟଣାକୁ ନେଇ ମୃତକଙ୍କ ପରିବାର ଲୋକେ ଭାଙ୍ଗି ପଡ଼ିଛନ୍ତି। ଖବର ପାଇ ପୁଲିସ ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି।

Show More

Related Articles

Back to top button