ଦେଶ ବିଦେଶମନୋରଞ୍ଜନମୁଖ୍ୟ ଖବରସ୍ୱତନ୍ତ୍ର

ପେପ୍ପା ପିଗ୍‌ କାର୍ଟୁନ ଶୋ’ କୁ ବ୍ୟାନ୍‌ କରିବା ପାଇଁ ଇଟାଲିରେ ଦାବି

ପିଲାଙ୍କ ମନୋରଞ୍ଜନଭିତ୍ତିକ କାର୍ଯ୍ୟକ୍ରମ ପେପ୍ପା ପିଗ୍‌ କାର୍ଟୁନ ଶୋ’ କୁ  ବ୍ୟାନ୍‌ କରିବା ପାଇଁ ଇଟାଲିରେ ଦାବି । ଏହି ଦାବି କରିଛନ୍ତି ଇଟାଲିର ରାଜନୈତିକ ଦଳ ବ୍ରଦର୍ସ ଅଫ୍‌ ଇଟାଲିର ବରିଷ୍ଠ ନେତା ଫେଡେରିକୋ ମୋଲ୍ଲିକୋନ । ସେ କହିଛନ୍ତି , କାର୍ଟୁନ ଶୋ’ରେ ସମଲିଙ୍ଗୀ ଯୋଡ଼ିଙ୍କୁ ଦେଖାଯାଉଛି । ଏହା ଦ୍ୱାରା ସମାଜ ଓ ଛୋଟ ପିଲାଙ୍କ ଉପରେ କୁପ୍ରଭାବ ପଡ଼ିବା ଆଶଙ୍କା ରହିଛି। ତେଣୁ ତୁରନ୍ତ ଏହି ଶୋ’ ର ପ୍ରସାରଣ ବନ୍ଦ୍ କରିବା ଉଚିତ୍ ।

ଫେଡେରିକୋ ମୋଲ୍ଲିକୋନଙ୍କ କହିବା କଥା , ପେପ୍ପା ପିଗ୍‌ ପ୍ରସାରଣ କରୁଥିବା କମ୍ପାନୀ ରାଇ ଏ ନେଇ ସତର୍କ ହେବା ଦରକାର ଏବଂ ପିଲାମାନଙ୍କୁ ଏ ପ୍ରକାର ମାନସିକତାଠାରୁ ଦୂରରେ ରଖିଯିବା ଦରକାର ବୋଲି ସେ କହିଛନ୍ତି। ଯଦି ବର୍ତ୍ତମାନର ସରକାର ଏ ନେଇ ସମୁଚିତ ପଦକ୍ଷେପ ନ ନିଅନ୍ତି ତେବେ ବ୍ରଦର୍ସ ଅଫ୍‌ ଇଟାଲି ଦଳ ଯେତେବେଳେ କ୍ଷମତାକୁ ଆସିବ ସେତେବେଳେ ଏହା ବିରୋଧରେ କଠୋର ପଦକ୍ଷେପ ଗ୍ରହଣ କରିବ ବୋଲି ଫେଡେରିକୋ କହିଛନ୍ତି।

ସୂଚନା ଥାଉ କି , ୨୦୦୪ରେ ପେପ୍ପା ପିଗ୍‌ ପ୍ରଥମ ଥର ପାଇଁ ଟିଭିରେ ପ୍ରସାରିତ ହୋଇଥିଲା। ଦୀର୍ଘ ୧୮ ବର୍ଷର ଯାତ୍ରାରେ ଏହି ଶୋ’ ଅନେକ ଲୋକପ୍ରିୟତା ହାସଲ କରିଛି। କିନ୍ତୁ ପ୍ରଥମ ଥର ପାଇଁ ଏହି କାର୍ଟୁନ୍‌ ଶୋ’ରେ ଏଲ୍‌ଜିଟିବିଙ୍କୁ ନେଇ ଏପିସୋଡ୍‌ ପ୍ରସାରଣ କରାଯାଇଛି। ଇଟାଲି ସମେତ ବ୍ରିଟେନ୍‌ରେ ଏହାର ଏପିସୋଡ୍‌ ଅନ୍‌ଏୟାର କରାଯାଇଛି।

Show More

Related Articles

Back to top button