Breaking PLUSଦେଶମୁଖ୍ୟ ଖବର

କେଜରିୱାଲଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବାକୁ ଦାବି, ଦିଲ୍ଲୀ ହାଇକୋର୍ଟରେ ପିଟିସନ ଦାୟର

ନୂଆଦିଲ୍ଲୀ, 7 ଏପ୍ରିଲ – ଦିଲ୍ଲୀ ଅବକାରୀ ଘୋଟାଲା ମାମଲାରେ ଗିରଫ ଅରବିନ୍ଦ କେଜରିୱାଲଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବାକୁ ଦାବି କରି ଦିଲ୍ଲୀ ହାଇକୋର୍ଟରେ ଆଉ ଏକ ମାମଲା ଦାୟର ହୋଇଛି । ଜଷ୍ଟିସ ସୁବ୍ରମଣ୍ୟମ ପ୍ରସାଦଙ୍କ ବେଂଚ ଏହି ପିଟିସନ ଉପରେ ଏପ୍ରିଲ 8ରେ ଶୁଣାଣି କରିବେ ।
ଏହି ପିଟିସନ ଆମ ଆଦମୀ ପାର୍ଟିର ପୂର୍ବତନ ବିଧାୟକ ସନ୍ଦୀପ କୁମାର ଦାୟର କରିଛନ୍ତି । ପିଟିସନରେ କୁହାଯାଇଛି ଯେ, କେଜରିୱାଲଙ୍କ ଗିରଫଦାରି ଦିଲ୍ଲୀ ଅବକାରୀ ଘୋଟାଲା ମାମଲାରେ ଜଡିତ ମନି ଲଣ୍ଡରିଂ ଆଇନ ଅନ୍ତର୍ଗତ ହୋଇଛି । ଏହି ଗିରଫଦାରି ପରେ କେଜରିୱାଲ ମୁଖ୍ୟମନ୍ତ୍ରୀଙ୍କ ଭାବେ କାମ କରିବାକୁ ସକ୍ଷମ ନୁହନ୍ତି । କେଜରିୱାଲଙ୍କ ଅନୁପସ୍ଥିତିରେ ସାମ୍ବିଧାନିକ ବାଧା ସୃଷ୍ଟି ହୋଇଛି, ସେ ଜେଲରୁ ମୁଖ୍ୟମନ୍ତ୍ରୀ ଭାବେ କାମ କରିପାରିବେ ନାହିଁ ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button