Breaking PLUSଦେଶମୁଖ୍ୟ ଖବର

ବିଜେପି ଅଧ୍ୟକ୍ଷ ନଡ୍ଡାଙ୍କ ପତ୍ନୀଙ୍କ ଚୋରି ହୋଇଥିବା କାର ବାରଣାସୀରୁ ଜବତ, 2ଗିରଫ

ବାରଣାସୀ, 7 ଏପ୍ରିଲ – ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ପତ୍ନୀଙ୍କ ଚୋରି ହୋଇଥିବା ଧଳାରଙ୍ଗର ଫର୍ଚନର କାର ରବିବାର ଦିଲ୍ଲୀ ପୋଲିସ ବାରଣାସୀରୁ ଜବତ କରିଛି । ଜବତ କାର ଉପରେ ସାଂସଦଙ୍କ ଷ୍ଟିକର ବି ଲାଗିଥିଲା । ଏହି ମାମଲାରେ ଦିଲ୍ଲୀ ପୋଲିସ ଟିମ ଦୁଇଜଣ କାର ଚୋରଙ୍କୁ ଗିରଫ କରିଛି ।
ପୋଲିସ ଅଧିକାରୀଙ୍କ ଅନୁସାରେ ବିଜେପି ଅଧ୍ୟକ୍ଷ ନଡ୍ଡାଙ୍କ ପତ୍ନୀ ମଲ୍ଲିକା ନଡ୍ଡାଙ୍କ ଫର୍ଚନର କାର ଗତ ମାର୍ଚ୍ଚ 19ରେ ଦିଲ୍ଲୀର ଗୋବିନ୍ଦପୁରୀ ଅଂଚଳରୁ ଚୋରି ହୋଇଥିଲା । କାର ଚାଳକ ଯୋଗିନ୍ଦର ସିଂହ ଗୋବିନ୍ଦପୁରୀ ସ୍ଥିତ ନିଜ ଘରକୁ ଖାଇବାକୁ ଯାଇଥିଲେ, ସେତେବେଳେ ଚୋରମାନେ ସେଠାରୁ କାର ନେଇଯାଇଥିଲେ । କାର ଚାଳକ ପୋଲିସ ସହିତ ସଂପର୍କ କରିଥିଲେ ଏବଂ ଲିଖିତ ଅଭିଯୋଗ ଦାୟର କରିଥିଲେ । ପୋଲିସ ତୁରନ୍ତ ମାମଲା ରୁଜୁ କରି ଗାଡିର ତଲାସୀ ଆରମ୍ଭ କରିଥିଲା । ସିସିଟିଭି ଫୁଟେଜରେ ଚୋରି ହୋଇଥିବା ଫର୍ଚନର କାର ଶେଷଥର ଗୁରୁଗ୍ରାମ ଅଭିମୁଖେ ଯାଉଥିବାର ଦେଖିବାକୁ ମିଳିଥିଲା ଏବଂ ସେଥିରେ ହିମାଚଳ ପ୍ରଦେଶର ନମ୍ବର ଲାଗିଥିଲା ।

Show More

Related Articles

Back to top button