Breaking PLUSଦେଶଶିକ୍ଷା

ରାଜଧାନୀ ଦିଲ୍ଲୀରେ ସବୁ ସ୍କୁଲ ବନ୍ଦ

ଆଜିଠୁ ରାଜଧାନୀ ଦିଲ୍ଲୀରେ ସବୁ ସ୍କୁଲ ବନ୍ଦ । ବାୟୁ ପ୍ରଦୂଷଣ ଲାଗି ସବୁ ସ୍କୁଲ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ପୂର୍ବରୁ ବନ୍ଦ ଥିବା ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନେଇଥିଲେ ସରକାର । ଯାହାକୁ ଆକ୍ଷେପ କରିଥିଲେ ସୁପ୍ରିମକୋର୍ଟ । ଏହାପରେ କେକ୍ରିୱାଲ ସ୍କୁଲ ବନ୍ଦ ପାଇଁ ପୁନଶ୍ଚ ନିଷ୍ପତ୍ତି ନେଇଛନ୍ତି ।

ସୂଚନା ଅନୁସାରେ ଦିଲ୍ଲୀରେ ବାୟୁ ପ୍ରଦୂଷଣ ବଢିବାରେ ଲାଗିଥିଲା । ଏକ୍ୟୁଆଇରେ ଦିଲ୍ଲୀର କିଛି ସ୍ଥାନରେ ବାୟୁ ପ୍ରଦୂଷଣ ସ୍ତର ୬୦୦ ପାର ହୋଇଥିଲା । ତେବେ ଏନେଇ ସୁପ୍ରିମକୋର୍ଟ ଦିଲ୍ଲୀ ସରକାରଙ୍କୁ ତାଗିଦ କରିଥିଲେ । ଚାକିରିଆ କର୍ମଚାରୀ ଘରେ ବସି କାମ କରୁଥିବା ବେଳେ ଛୋଟ ପିଲାମାନେ କଣ ପାଇଁ ସ୍କୁଲ ଯାଉଛନ୍ତି । ସୁପ୍ରିମ୍‌କୋର୍ଟଙ୍କ ଏଭଳି ସମାଲୋଚନା ପରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ ଦିଲ୍ଲୀ ସରକାର । ଏନେଇ ମନ୍ତ୍ରୀ ଗୋପାଲ ରାୟ ସୂଚନା ଦେଇଛନ୍ତି । ଆଗାମୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ସରକାର ।

Show More

Related Articles

Back to top button