ଓଡ଼ିଶାବିଧାନସଭାମୁଖ୍ୟ ଖବର

ବିଧାନସଭା ଗୃହରେ ମମିତା ମେହେର ତାତି, ତିନି ଦିନ ଧରି ଠିକରେ ଚାଲିପାରୁନାହିଁ ଶୀତକାଳିନ ଅଧିବେଶନ

ଆଜି ମଧ୍ୟ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହକୁ ମୁଲତବି ରଖିଛନ୍ତି ବାଚସ୍ପତି

ତିନିଦିନ ଧରି ବିଧାନସଭା ଗୃହରେ ଠିକରେ ଚାଲିପାରୁ ନାହିଁ ଶୀତକାଳିନ ଅଧିବେଶନ । ବିରୋଧୀ ଦଳ ବାରମ୍ବାର ମମିତା ମେହେର ହତ୍ୟା ଘଟଣା ଏବଂ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରି ଗୃହରେ ହଟ୍ଟଗୋଳ କରୁଛନ୍ତି । ଫଳରେ ବାଚସ୍ପତି ଗୃହକୁ ବାରମ୍ବାର ମୁଲତବି ଘୋଷଣା କରୁଛନ୍ତି ।

ଆଜି ସକାଳୁ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ସଦସ୍ୟ ଗୃହ ମଧ୍ୟ ଭାଗକୁ ଆସି ହଟ୍ଟଗୋଳ କରିଥିଲେ । ଫଳରେ ବାଚସ୍ପତି ୧୧ଟା ୩୦ ପର୍ଯ୍ୟନ୍ତ ଗୃହକୁ ମୁଲତବି ଘୋଷଣା କଲେ । ଏହାପରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ପୁଣି ହଟ୍ଟଗୋଳ କରିଥିଲେ ବିରୋଧୀ । ଫଳରେ ବାଚସ୍ପତି ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହକୁ ମୁଲତବି ରଖିଛନ୍ତି ।

Show More

Related Articles

Back to top button