Breaking PLUSଓଡ଼ିଶାମୁଖ୍ୟ ଖବର

ମାଷ୍ଟରକ୍ୟାଣ୍ଟିନ ଛକରେ ଘଣ୍ଟ ବଜାଇ ବିଜେପିର ପ୍ରତିବାଦ

ମାଷ୍ଟର କ୍ୟାଣ୍ଟିନ ଛକରେ ଘଣ୍ଟ ବଜାଇ ବିଜେପି କର୍ମୀଙ୍କ ଅଭିନବ ପ୍ରତିବାଦ । ମୁଖ୍ୟମନ୍ତ୍ରୀଙ୍କୁ ନିଦରୁ ଉଠାଇବା ପାଇଁ ଜିଲ୍ଲା ବିଜେପି କର୍ମୀମାନେ ଏଭଳି ଅଭିନବ ପ୍ରତିବାଦ କରିଛନ୍ତି । ବିଜେଡି ଶାସନ କାଳରେ ମହିଳା ସୁରକ୍ଷିତ ନୁହଁନ୍ତି ବୋଲି ନାରା ଦେଇ ଜିଲ୍ଲା ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ମମିତା ମେହେର ଘଟଣାରେ ସମ୍ପୃକ୍ତ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର କରିଯିବା ଓ ସିବିଆଇ ତଦନ୍ତ ନହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ଭୁବନେଶ୍ୱର ଜିଲ୍ଲା ବିଜେପି ସଭାପତି ବାବୁ ସିଂ କହିଛନ୍ତି । ବିଧାନସଭା ଭଳି ପବିତ୍ର ଗୃହରେ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ପ୍ରବେଶ କରୁଥିବା ହେତୁ ସେହି ସ୍ଥାନକୁ ପବିତ୍ର କରିବା ଲାଗି ବିଜେପି ସଦସ୍ୟ ମାନେ ବାହାରେ ଗଙ୍ଗାଜଳ ଓ ଗୋବରପାଣି ସିଞ୍ଚନ କରି ଅଭିନବ ପ୍ରତିବାଦ କରିଥିଲେ ।

Show More

Related Articles

Back to top button