Breaking PLUSଦେଶମୁଖ୍ୟ ଖବର

ଦିଲ୍ଲୀରେ ବାୟୁ ପ୍ରଦୂଷଣ ଯୋଗୁ ନଭେମ୍ବର 10ଯାଏ ବନ୍ଦ ରହିବ ପ୍ରାଇମେରୀ ସ୍କୁଲ

ନୂଆଦିଲ୍ଲୀ, 5 ନଭେମ୍ବର – ଦିଲ୍ଲୀରେ ବାୟୁ ପ୍ରଦୂଷଣ ଦିନକୁ ଦିନ ବଢିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ପ୍ରାଇମେରୀ ସ୍କୁଲକୁ ନଭେମ୍ବର 10ଯାଏ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ସେହିପରି ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ଯାଏ ଅନଲାଇନରେ ପାଠପଢା ପାଇଁ ବିକଳ୍ପ ଦିଆଯାଇଛି । ଦିଲ୍ଲୀ ସରକାରଙ୍କ ଶିକ୍ଷାମନ୍ତ୍ରୀ ରବିବାର ଏନେଇ ସୂଚନା ଦେଇଛନ୍ତି ।
ସୋସିଆଲ ମିଡିଆ ଏକ୍ସରେ ଦିଲ୍ଲୀ ଶିକ୍ଷାକନ୍ତ୍ରୀ ଆତିଶି କହିଛନ୍ତି ଯେ, ବାୟୁ ପ୍ରଦୂଷଣ ସ୍ତର ଦିନକୁ ଦିନ ଖରାପ ହେବାରେ ଲାଗିଛି । ଏଥିପାଇଁ ନଭେମ୍ବର 10 ତାରିଖ ଯାଏ ପ୍ରାଥମିକ ବିଦ୍ୟାଳୟ ବନ୍ଦ ରହିବ । ସେହିପରିଚ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ଯାଏ ପାଠପଢା ଅନଲାଇନରେ କରିବାକୁ ବିକଳ୍ପ ଦିଆଯାଇଛି ।

Show More

Related Articles

Back to top button