Breaking PLUSଓଡ଼ିଶାମୁଖ୍ୟ ଖବର

କାବୁ ହେଲା ମଣିଷଖିଆ ବାଘ

ଭୁବନେଶ୍ୱର, 5 ନଭେମ୍ବର – ଶେଷରେ କାବୁ ହୋଇଛି ମଣିଷଖିଆ ବାଘ । ଗତକାଲି ଧରମବନ୍ଧା ପଞ୍ଚାୟତର କୋଦୋପାଳୀ ଗାଁରେ ବାଘଟିକୁ କାବୁ କରିବାରେ ସଫଳ ହୋଇଛି ବନ ବିଭାଗ । ଗତ କିଛି ଦିନ ହେଲା ଏହି ବାଘ ନୂଆପଡ଼ାରେ ଆତଙ୍କ ସୃଷ୍ଟି କରିଥିଲା । ଶୌଚ ପାଇଁ ଯାଇଥିବା ଶିଲେରିଵାହାରା ଗାଁର ଜଣେ ମହିଳାକୁ ମାରି ଖାଇବା ପରେ ଗତ କାଲି ସନ୍ଧ୍ୟାରେ ଘର ଭିତରୁ ଗୋଟେ ଆଠ ବର୍ଷର ନାବାଳକକୁ ଟେକି ନେଇ ଯାଇଥିଲା । ଏହାପରେ ବନବିଭାଗର ଏକ ଟିମ୍ ଘଟଣାସ୍ଥଳରେ ପିଞ୍ଜରା ଏବଂ ଜାଲ ଧରି ପହଞ୍ଚିଥିଲେ । ଶେଷରେ ପିଞ୍ଜରାରେ ଧରାପଡିଥିଲା ବାଘ । ବର୍ତ୍ତମାନ ଏହି ବାଘକୁ ନୂଆପଡ଼ା ରେଞ୍ଜ ଅଫିସରେ ରଖି ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ନନ୍ଦନକାନନ ନିଆଯିବ ବୋଲି ସୂଚନା ମିଳିଛି ।

Show More

Related Articles

Back to top button