Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ଗାଜାରେ ହମାସକୁ ଘେରିଲା ଇସ୍ରାଏଲ, ସ୍ଥଳ ଓ ଆକାଶରେ ଆକ୍ରମଣ

ବଙ୍କର ଓ ସୁଡଙ୍ଗରୁ ବାହାରୁଛି ଘାତକ ଅସ୍ତ୍ରଶସ୍ତ୍ର

ତେଲଅଭିବ, 5 ନଭେମ୍ବର – ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧକୁ 30ଦିନ ପୂରିଛି । ଗାଜାରେ ଆଜି ସକାଳେ ଟ୍ୟାଙ୍କ, ରକେଟ ଓ ମିସାଇଲ୍ ମାଡ ହୋଇଛି । ଗାଜାରେ କୋଣ ଅନୁକୋଣରେ ଇସ୍ରାଏଲ ସେନା ପାଲେଷ୍ଟାଇନ ଆତଙ୍କବାଦୀ ସଙ୍ଗଠନ ହମାସର ହଜାରେ ଆତଙ୍କବାଦୀଙ୍କୁ ଘେରିଛି । ସ୍ଥଳ ପଥରୁ ଆରମ୍ଭ କରି ଆକାଶରେ ଆକ୍ରମଣ କରୁଛି ଇସ୍ରାଏଲ ସେନା । ହମାସର ବଙ୍କର ମଧ୍ୟରୁ ସୁଡଙ୍ଗ ଓ ଘାତକ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି ।
ଅନ୍ୟପଟେ ହମାସ ପକ୍ଷରୁ ଇସ୍ରାଏଲର ସ୍ଥଳ ସେନାକୁ ଟାର୍ଗେଟ କରାଯାଇଥିଲା, ମାତ୍ର ଇସ୍ରାଏଲ ସେନା ଏହି ଉଦ୍ୟମକୁ ପଣ୍ଡ କରିଛି ।

Show More

Related Articles

Back to top button