ଓଡ଼ିଶାମୁଖ୍ୟ ଖବର

ଦିନକୁ ଦିନ ବଢୁଛି ତାତି

ଆଜି ୯ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା, ଜାରି ହେଲା ୟେଲୋ ଓ୍ୱାର୍ଣ୍ଣିଂ

ତାତି ବଢୁଛି । ରାଜ୍ୟରେ ଗରମ ଦିନ ଅସହ୍ୟ ହେବାକୁ ଲାଗିଛି । ଶୁକ୍ରବାର ରାଜ୍ୟର ୩ଟି ସହରର ସର୍ବୋଚ୍ଚ ତାପମାତ୍ରା ୩୯ ଡିଗ୍ରୀ ଉପରେ ଥିବାବେଳେ ୭ଟି ସହର ୩୮ ଡିଗ୍ରୀ ଉପରେ ରହିଥିଲା । ତେବେ ଶନିବାର ରାଜ୍ୟର ୯ଟି ସହରରେ କାଳବୈଶାଖୀ ସମ୍ଭାବନା ରହିଛି । ପାଣିପାଗବିତ୍‌ ଏ ନେଇ ପୂର୍ବାନୁମାନ କରିଛନ୍ତି ।ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁସାରେ, ଶନିବାର ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ଢ଼େଙ୍କାନାଳ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ କଟକ ଜିଲ୍ଲାରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି ।

ସେହିପରି ବିଜୁଳି ଓ ଘଡ଼ଘଡ଼ି ମାରିବା ସହିତ ବର୍ଷା ହେବ ବୋଲି କେନ୍ଦ୍ର ଆକଳନ କରିଛି । ଅପରପକ୍ଷେ ଏ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।ଶୁକ୍ରବାର ରାଜଧାନୀ ଭୁବନେଶ୍ୱର ଓ ବାରିପଦାରେ ୩୯.୨ ଡିଗ୍ରୀ ସେଲସିୟସ୍‌ ସର୍ବୋଚ୍ଚ ତାପମାତ୍ରା ରହିଥିଲା । ସେହିପରି ନୟାଗଡ଼ରେ ୩୯ ଡିଗ୍ରୀ ସେଲସିୟସ୍‌, କଟକରେ ୩୮.୮ ଡିଗ୍ରୀ ସେଲସିୟସ୍‌, ତାଳଚେର/ମାଲକାନଗିରି/ବୌଦ୍ଧରେ ୩୮ ଡିଗ୍ରୀ ସେଲସିୟସ୍‌ ସର୍ବୋଚ୍ଚ ତାପମାତ୍ରା ଥିଲା ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ରେକର୍ଡ କରିଛି ।

Show More

Related Articles

Back to top button