Breaking PLUSଓଡ଼ିଶାଦେଶ ବିଦେଶମୁଖ୍ୟ ଖବର

ଆସୁଛନ୍ତି ରାଷ୍ଟ୍ରପତି

ଆଜି ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି। ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏହି ସମୟରେ ରାଷ୍ଟ୍ରପତି ରାଉରକେଲା, ପୁରୀ ଓ କୋଣାର୍କ ଯିବେ

ଆଜି ସନ୍ଧ୍ୟାରେ ଭୁବନେଶ୍ଵର ବିମାନ ବନ୍ଦରରେ ପହଞ୍ଚିବେ। ଏହାପରେ ବିମାନ ବନ୍ଦରରୁ ସିଧାସଳଖ ରାଜଭବନ ଯିବେ ଏବଂ ସେଠାରେ ରାତ୍ରିଯାପନ କରିବେ। ।ଆଜି ସଂଧ୍ୟା ୬ଟା ୨୫ରେ ଭୁବନେଶ୍ବରରେ ପହଞ୍ଚିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ସଂଧ୍ୟା ୬ଟା ୩୫ରେ ଭୁବନେଶ୍ବର ରାଜଭବନ ପହଞ୍ଚିବେ ରାଷ୍ଟ୍ରପତି। ୨୧ତାରିଖ ସକାଳ ୮ଟା ୪୦ରେ ଭୁବନେଶ୍ବରରୁ ବାହାରି ଝାରସୁଗୁଡ଼ା ଏୟାରପୋର୍ଟରେ ସକାଳ ୯ଟା ୪୫ରେ ପହଞ୍ଚିବେ । ସେଠାରୁ ୯ଟା ୫୫ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବାହାରିବେ । ରାଉରକେଲା ଏୟାରଷ୍ଟ୍ରିପ୍ ରେ ୧୦ଟା ୩୫ରେ ପହଞ୍ଚି, ୧୦ଟା ୫୫ରେ ଏନ.ଆଇ.ଟି ରାଉରକେଲାରେ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ।

ଏହାପରେ ଅପରାହ୍ନ ୩ ଟା ୪୫ରେ ରାଉରକେଲାରେ ସୁପର ସ୍ପେଶାଲିଟି ହସ୍ପିଟାଲ ଉଦଘାଟନ କରିବେ। ସେଠାରୁ ଫେରି ପୁଣି ସଂଧ୍ୟା ୬ଟା ୩୦ରେ ଭୁବନେଶ୍ବର ଏୟାରପୋର୍ଟରେ ପହଞ୍ଚିବେ ରାଷ୍ଟ୍ରପତି । ୨୨ ତାରିଖ ସକାଳ ୮ଟା ୪୫ରେ ପୁରୀ ହେଲିପ୍ଯାଡ୍ ରେ ପହଞ୍ଚିବେ । ସକାଳ୯ଟା ୫ରୁ ୯ଟା ୪୫ ଯାଏ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ କରିବେ ରାଷ୍ଟ୍ରପତି। ଏହାପରେ ପୂର୍ବାହ୍ନ ୧୦ ଟା ୪୫ରୁ ୧୧ଟା ୧୫ ପର୍ଯ୍ୟନ୍ତ ଅଧଘଣ୍ଟା କୋଣାର୍କ ସୂର୍ଯ୍ଯମନ୍ଦିର ବୁଲି ଦେଖିବେ ଦେଶର ପ୍ରଥମ ନାଗରିକ।ସେହିପରି ପୂର୍ବାହ୍ନ ୧୧ଟା ୨୦ରେ କୋଣାର୍କ ଇଣ୍ଟରପ୍ରିଟେସନ ସେଣ୍ଟର ବୁଲିଦେଖିବେ ରାଷ୍ଟ୍ରପତି। ପୂର୍ବାହ୍ନ ୧୧ଟା ୩୦ରୁ ୧୨ଟା ଯାଏ ଇଣ୍ଡିଆନ ଅୟେଲ ଫାଉଣ୍ଡେସନ ଟ୍ରଷ୍ଟ ଇଣ୍ଟରପ୍ରିଟେସନ୍ ସେଣ୍ଟର ବୁଲି ଦେଖିବେ ଦେଶର ପ୍ରଥମ ନାଗରିକ। ଅପରାହ୍ନ ୪ଟା ୪୫ରେ ଭୁବନେଶ୍ବର ଏୟରପୋର୍ଟରେ ପହଞ୍ଚି ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ।…

 

ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମ (୨୦ ତାରିଖ)
ଆଜି ସଂଧ୍ୟା ୬ଟା ୨୫ରେ ଭୁବନେଶ୍ବରରେ ପହଞ୍ଚିବେ ରାଷ୍ଟ୍ରପତି
ସଂଧ୍ୟା ୬ଟା ୩୫ରେ ରାଜଭବନର ପହଞ୍ଚିବେ
ରାଜଭବନରେ କରିବେ ରାତ୍ରୀଯାପନ

ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମ (୨୧ ତାରିଖ)
ସକାଳ ୮ଟା ୪୦- ରାଜଭବନରୁ ବାହାରି ଏୟାରପୋର୍ଟ ଯିବେ
ସକାଳ ୯ଟା ୪୫- ଝାରସୁଗୁଡ଼ା ଏୟାରପୋର୍ଟରେ ପହଞ୍ଚିବେ
ପୂର୍ବାହ୍ନ ୧୦ଟା ୩୫- ରାଉରକେଲା ଏୟାରଷ୍ଟ୍ରିପ୍ ରେ ପହଞ୍ଚିବେ
ପୂର୍ବାହ୍ନ ୧୦ଟା ୫୫- NIT ରାଉରକେଲାରେ ସମାବର୍ତ୍ତନ ଉତ୍ସବରେ ଯୋଗଦାନ
ଅପରାହ୍ନ ୩ଟା ୪୫- ରାଉରକେଲା ସୁପର ସ୍ପେଶାଲିଟି ହସ୍ପିଟାଲ ଉଦଘାଟନ
ସଂଧ୍ୟା ୬ଟା ୩୦- ଭୁବନେଶ୍ବର ଏୟାରପୋର୍ଟରେ ପହଞ୍ଚିବେ

ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମ (୨୨ ତାରିଖ)
ସକାଳ ୮ଟା ୪୫- ପୁରୀ ହେଲିପ୍ୟାଡ୍ ରେ ପହଞ୍ଚିବେ
ସକାଳ ୯ଟା ୫ରୁ ୯ଟା ୪୫- ଶ୍ରୀଜିଉଙ୍କ ଦର୍ଶନ କରିବେ ରାଷ୍ଟ୍ରପତି
ପୂର୍ବାହ୍ନ ୧୦ଟା ୪୫ରୁ ୧୧ଟା ୧୫- କୋଣାର୍କ ସୂର୍ଯ୍ୟମନ୍ଦିର ପରିଦର୍ଶନ
ପୂର୍ବାହ୍ନ ୧୧ଟା ୨୦- କୋଣାର୍କ ଇଣ୍ଟରପ୍ରିଟେସନ ସେଣ୍ଟର ବୁଲିବେ
୧୧ଟା ୩୦ରୁ ୧୨ଟା- ଇଣ୍ଡିଆନ ଅଏଲ ଇଣ୍ଟରପ୍ରିଟେସନ୍ ସେଣ୍ଟର ବୁଲିବେ
ଅପରାହ୍ନ ୪ଟା ୪୫- ଭୁବନେଶ୍ବରରୁ ଦିଲ୍ଲୀ ଅଭିମୁଖେ ଯାତ୍ରା

Show More

Related Articles

Back to top button